
ନୂଆଦିଲ୍ଲୀ, ଅଗଷ୍ଟ 27 (ହି.ସ) : ଭାରତ ଗୁରୁବାର ଦିନ ବିପର୍ଯ୍ୟୟ ପ୍ରଭାବିତ ଦେଶ ନେପାଳକୁ ୩୭ ଟନ ଏଚଏଡିଆର ସାମଗ୍ରୀ, ଔଷଧ ଏବଂ ଖାଦ୍ୟ ପ୍ୟାକେଟ୍ ର ଦ୍ୱିତୀୟ ମାଲ ପଠାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଏକ୍ସରେ ଲେଖିଛନ୍ତି, ଦ୍ୱିତୀୟ ବିମାନଟି ୩୭ ଟନ ଏଚଏଡିଆର ସାମଗ୍ରୀ, ଔଷଧ ଏବଂ ଖାଦ୍ୟ ପ୍ୟାକେଟ୍ ନେଇ ନେପାଳ ଅଭିମୁଖେ ଯାତ୍ରା କରିଛି। ନେପାଳର କର୍ତ୍ତୃପକ୍ଷଙ୍କ ସହ ଭାରତ ନିରନ୍ତର ଏବଂ ଘନିଷ୍ଠ ଯୋଗାଯୋଗରେ ରହିଛି। ରିଲିଫ କାର୍ଯ୍ୟରେ ଆମେ ଆମର ସମ୍ପୂର୍ଣ୍ଣ ସମର୍ଥନ ଜାରି ରଖିବୁ ।
ଏହା ଉଲ୍ଲେଖଯୋଗ୍ୟ ଯେ ବୁଧବାର ସକାଳେ ରସୁୱା ଏବଂ ନେପାଳର ଆଖପାଖ ଅଞ୍ଚଳରେ ଭୋଟକୋଶି ନଦୀରେ ଘଟିଥିବା ଭୟଙ୍କର ବନ୍ୟାରେ ଏପର୍ଯ୍ୟନ୍ତ ଅତି କମରେ 157 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ 700 ଲୋକ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ବିଦେଶୀ ନାଗରିକ ଏବଂ ସୁରକ୍ଷା କର୍ମୀ ମଧ୍ୟ ଅଛନ୍ତି। ବନ୍ୟାରେ ତିନୋଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା