
ନୂଆଦିଲ୍ଲୀ, ୨୭ ଅଗଷ୍ଟ (ହି.ସ.)- ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ଜର୍ମାନୀର ନିଜ ସମକକ୍ଷ ଯୋହାନ ୱାଡେଫୁଲଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଉଭୟ ନେତା ୟୁକ୍ରେନ ସଂଘର୍ଷ ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବ ସହିତ ହର୍ମୁଜ ଜଳସନ୍ଧିର ବର୍ତମାନ ସ୍ଥିତି ଉପରେ ବିଚାରବିମର୍ଶ କରିଥିଲେ।
ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆଲୋଚନାର ସୂଚନା ସେୟାର କରି ଏହାକୁ ଉପଯୋଗୀ ସଂଳାପ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଉଭୟ ପକ୍ଷ ୟୁକ୍ରେନ ସଂଘର୍ଷ ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବ ଉପରେ ମତ ବିନିମୟ କରିଛନ୍ତି। ଏହା ବ୍ୟତୀତ ହର୍ମୁଜ ଜଳସନ୍ଧିର ସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଛି।
-------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ