
ନୂଆଦିଲ୍ଲୀ, ୨୭ ଅଗଷ୍ଟ(ହି.ସ.) – ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ଅନେକ ଭାରତୀୟ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ପାଂଚଟି ପ୍ରମୁଖ ଗୋଷ୍ଠୀ ଅଛନ୍ତି ଯାହା ସହିତ ଯୋଗାଯୋଗ କରାଯାଇ ନାହିଁ। ଏହି ଗୋଷ୍ଠୀରେ ମୋଟ ୨୮୮ ଜଣ ଭାରତୀୟ ଅଛନ୍ତି। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଦଳବଦ୍ଧ ଭାବେ ଆସୁଥିବା ପର୍ଯ୍ୟଟକ ସାମିଲ ଅଛନ୍ତି, ଯେଉଁଥିରେ ତ୍ରିଶୁଲି-୧ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଭାରତୀୟ ମଧ୍ୟ ସାମିଲ ଅଛନ୍ତି। ଏହାବ୍ୟତୀତ ଆଜି ଅପରାହ୍ନ ୧ଟା ସୁଦ୍ଧା ୨୧ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଆଜି ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ସୂଚନା ଦେଇଛନ୍ତି। ଭାରତୀୟମାନଙ୍କର ପାଂଚଟି ବୃହତ ଗୋଷ୍ଠୀ ବର୍ତମାନ ଅପହଂଚ ଅଛନ୍ତି ବୋଲି ସେ କହିଛନ୍ତି। ଏମାନଙ୍କ ମଧ୍ୟରେ ତ୍ରିଶୁଲି-୧ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ୭୩ ଜଣ ଭାରତୀୟ ଅଛନ୍ତି। ମୁଖପାତ୍ର କହିଛନ୍ତି ଯେ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ଏହି ଲୋକଙ୍କ ବିଷୟରେ ଅଧିକ ବିବରଣୀ ପାଇବା ପାଇଁ ପ୍ରକଳ୍ପ ମୁଖ୍ୟଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏହି ଅଂଚଳରେ ଯୋଗାଯୋଗ ଲାଇନ୍ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଏଭଳି ପରିସ୍ଥିତିରେ ଗ୍ରାଉଣ୍ଡରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବା କଷ୍ଟକର ହୋଇପଡ଼ିଛି।
ଏହାବ୍ୟତୀତ, ତାମିଲନାଡୁର ସମ୍ରାଟ' ଏବଂ ଫ୍ଲାଇ ଏଭରେଷ୍ଟ ଟ୍ରାଭେଲ୍ସ'(ଦୁଇଟି ଭିନ୍ନ ଟ୍ରାଭେଲ ଏଜେଂଟ) ଜରିଆରେ କୈଳାସ ମାନସରୋବର ଯାତ୍ରା କରିଥିବା ତାମିଲନାଡ଼ୁର ୩୭ ଏବଂ ୪୯ ଜଣ ନାଗରିକ, ପଶ୍ଚିମବଙ୍ଗର ୩୨ ଜଣ ଭାରତୀୟ, ଯେଉଁମାନେ ସମ୍ରାଟ ଟ୍ରାଭେଲ୍ସ' ସହାୟତାରେ ରାସୁୱା ଜିଲ୍ଲାର ତିମୁରେରେ ଯାତ୍ରା କରିଥିଲେ(ଯେଉଁଠାରେ ଦୁର୍ଘଟଣା ଘଟିଥିଲା),ରିଚା ଟୁର୍’ ଜରିଆରେ ଯାତ୍ରା କରିଥିବା ବିଭିନ୍ନ ରାଜ୍ୟର ୬୧ ଜଣ ଭାରତୀୟ ଏବଂ କେରଳର ୩୩ ଜଣ ଭାରତୀୟ ନାଗରିକଙ୍କ ଏକ ଦଳ ଯୋଗାଯୋଗରେ ନାହାଁନ୍ତି।
ମୁଖପାତ୍ର କହିଛନ୍ତି ଯେ ନେପାଳୀ କର୍ତୃପକ୍ଷଙ୍କ ମାଧ୍ୟମରେ ଆମେ ଆମ ଲୋକଙ୍କ ନିକଟରେ ପହଂଚିବା ପାଇଁ ସମସ୍ତ ପ୍ରୟାସ କରୁଛୁ। ଆମେ ଏହି ବିଷୟ ଉପରେ ଅଧିକ ଅପଡେଟ୍ ପାଇବୁ ଏବଂ ଆମେ ଯଥାଶୀଘ୍ର ଆପଣଙ୍କୁ ସୂଚନା ଦେବାକୁ ଚେଷ୍ଟା କରିବୁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି