ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ କ୍ରୀଡ଼ା ଉତ୍ସବ
ଜୟପୁର, 28 ଅଗଷ୍ଟ (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରର କ୍ରୀଡ଼ା ପରିଷଦ ପକ୍ଷରୁ “ଖେଳେଗା ଭାରତ, ଜିତେଗା ଭାରତ” ବିଷୟବସ୍ତୁକୁ ଆଧାର କରି ଜାତୀୟ କ୍ରୀଡ଼ା ଦିବସ–୨୦୨୬ ଅଗଷ୍ଟ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଉଛି। ୨୮ ଅଗଷ୍ଟ ପୂର୍
ଜାତୀୟ କ୍ରୀଡ଼ା ଦିବସ–୨୦୨୬ ପାଳନ ଅବସରରେ କ୍ରୀଡ଼ା ଉତ୍ସବ


ଜୟପୁର, 28 ଅଗଷ୍ଟ (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରର କ୍ରୀଡ଼ା ପରିଷଦ ପକ୍ଷରୁ “ଖେଳେଗା ଭାରତ, ଜିତେଗା ଭାରତ” ବିଷୟବସ୍ତୁକୁ ଆଧାର କରି ଜାତୀୟ କ୍ରୀଡ଼ା ଦିବସ–୨୦୨୬ ଅଗଷ୍ଟ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଉଛି। ୨୮ ଅଗଷ୍ଟ ପୂର୍ବାହ୍ନ ୧୦ଟା ସମୟରେ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆ/ମଞ୍ଚଠାରେ ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମାନ୍ୟବର କୁଳପତି ପ୍ରଫେସର ହୃଷୀକେଶ ସେନାପତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ସିପିଜିସି ଡ. ପ୍ରଶାନ୍ତ କୁମାର ପାତ୍ରଙ୍କ ସମେତ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିର ସମନ୍ୱୟ ଓ ପରିଚାଳନା କ୍ରୀଡ଼ା ପରିଷଦର ସଚିବ କ୍ୟାପ୍ଟେନ୍ ଡ. ଲକ୍ଷ୍ମଣ ପାତ୍ରଙ୍କ ନେତୃତ୍ୱରେ କରାଯାଇଥିଲା। ତାଙ୍କ ନେତୃତ୍ୱରେ ଜାତୀୟ କ୍ରୀଡ଼ା ଦିବସକୁ ସୁଚାରୁ ଓ ସଫଳ ଭାବେ ପାଳନ କରିବା ପାଇଁ ବିଭିନ୍ନ କ୍ରୀଡ଼ା ଓ ଶାରୀରିକ ସୁସ୍ଥତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ଉଦ୍ଘାଟନୀ ଦିବସରେ ଏନସିସି , ଏନସସ ଓ ୱାଆରସି ର ଅଧିକାରୀମାନଙ୍କ ସହଯୋଗରେ ଏକ ଉଦ୍ଘାଟନୀ ରାଲି ଆୟୋଜିତ ହୋଇଥିଲା। ଏହା ସହିତ ସ୍କ୍ୱାଟ୍, ପୁଶ୍-ଅପ୍, ସ୍କିପିଂ, ସିଟ୍-ଅପ୍, ଜମ୍ପିଂ ଜ୍ୟାକ୍, ଲଞ୍ଜେସ୍, ବର୍ପିଜ୍, ହାଇ ନିଜ୍, ମାଉଣ୍ଟେନ୍ କ୍ଲାଇମ୍ବର୍ସ, ଫୁଟବଲ୍ କିକ୍ସ ଏବଂ କ୍ୟାଚ୍ ଆଣ୍ଡ ଥ୍ରୋ ଭଳି ବିଭିନ୍ନ ଫିଟନେସ୍ ଚ୍ୟାଲେଞ୍ଜ ଆୟୋଜନ କରାଯାଇଥିଲା।୨୯ ଅଗଷ୍ଟରେ ଭଲିବଲ୍, କବାଡ଼ି ଓ ଫୁଟବଲ୍ ଭଳି ବିଭିନ୍ନ ଦଳଗତ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବ। ୩୦ ଅଗଷ୍ଟ ୨୦୨୬ରେ ସାଇକେଲ୍ ରାଲି ଏବଂ ସମାପନୀ ସମାରୋହ ଅନୁଷ୍ଠିତ ହେବ।ଏହି ଅବସରରେ କୁଳପତି, ରେଜିଷ୍ଟ୍ରାର ଓ ସିପିଜିସି କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନେ ନିୟମିତ କ୍ରୀଡ଼ା ଓ ଶାରୀରିକ ବ୍ୟାୟାମରେ ଅଂଶଗ୍ରହଣ କରି ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ ଜଣାଇଥିଲେ। ଜାତୀୟ କ୍ରୀଡ଼ା ଦିବସ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ସ୍ମରଣ କରିବାର ଏକ ଗୌରବମୟ ଅବସର। ବିଶ୍ୱବିଦ୍ୟାଳୟରେ ଏହି ତିନିଦିନିଆ କାର୍ଯ୍ୟକ୍ରମ କ୍ରୀଡ଼ାସୁଲଭ ମନୋଭାବ, ଶୃଙ୍ଖଳା, ନେତୃତ୍ୱ, ଦଳଗତ ଭାବନା ଓ ଶାରୀରିକ ସୁସ୍ଥତାର ବିକାଶରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।ଖେଳେଗା ଭାରତ, ଜିତେଗା ଭାରତ ର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା ସଂସ୍କୃତିକୁ ଅଧିକ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଉତ୍ସାହିତ କରିବ ବୋଲି ଆଶା କରାଯାଏ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande