ସ୍ଥାନୀୟ କାରିଗର, କ୍ଷୁଦ୍ର ଉଦ୍ୟୋଗୀ ଓ ଉତ୍ପାଦକୁ ପ୍ରୋତ୍ସାହନ ଦେବାକୁ ସରକାର ପ୍ରତିବଦ୍ଧ: ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର,29 ଅଗଷ୍ଟ (ହି.ସ.) ରାଜ୍ୟର ସ୍ଥାନୀୟ କାରିଗର, କ୍ଷୁଦ୍ର ଉଦ୍ୟୋଗୀ ଓ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା ସହ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି। ବଲାଙ୍ଗୀରଠାର
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଅଂଶୀଦାର ପରାମର୍ଶ କର୍ମଶାଳା


ଭୁବନେଶ୍ୱର,29 ଅଗଷ୍ଟ (ହି.ସ.) ରାଜ୍ୟର ସ୍ଥାନୀୟ କାରିଗର, କ୍ଷୁଦ୍ର ଉଦ୍ୟୋଗୀ ଓ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା ସହ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।

ବଲାଙ୍ଗୀରଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଅଂଶୀଦାର ପରାମର୍ଶ କର୍ମଶାଳାରେ ମନ୍ତ୍ରୀ ମହାଲିଙ୍ଗ, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସହ ଯୋଗଦେଇଥିଲେ। ଏହି ଅବସରରେ ସେ ବୁଣାକାର ଭାଇଭଉଣୀମାନଙ୍କ ସହ ହସ୍ତତନ୍ତ ଓ ବୟନ ଶିଳ୍ପ ସହ ଜଡ଼ିତ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ।

ଏଥିସହ ବଲାଙ୍ଗୀରରେ ଶ୍ରୀ ଅମ୍ବିକା କଟସ୍ପିନ୍ ପକ୍ଷରୁ ପ୍ରଥମଥର ପାଇଁ ପ୍ରତିଷ୍ଠା ହେବାକୁ ଥିବା ଟେକ୍ସଟାଇଲ୍ ପାର୍କ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ମହାଲିଙ୍ଗ ଉଲ୍ଲେଖ କରିଥିଲେ। ଏହି ଅବସରରେ ସେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସ୍ଥାନୀୟ ଅଞ୍ଚଳର ଉତ୍ପାଦ, ବିଶେଷକରି ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପକୁ ଦେଶ ତଥା ବିଶ୍ୱସ୍ତରୀୟ ବଜାରରେ ପହଞ୍ଚାଇବା ସହ ଏହାକୁ ଅଧିକ ଲୋକପ୍ରିୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ଆହ୍ୱାନକୁ ସଫଳ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଥିବା ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟର ବୁଣାକାର ଓ କାରିଗରମାନଙ୍କ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଓ ପଦକ୍ଷେପ କାର୍ଯ୍ୟକାରୀ ହେଉଛି ବୋଲି ସେ କହିଛନ୍ତି।

ଓଡ଼ିଶାର ସମୃଦ୍ଧ ଓ ପାରମ୍ପରିକ ହସ୍ତତନ୍ତ କଳାକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅଧିକ ପରିଚିତ କରାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ବିଶେଷକରି ସମ୍ବଲପୁରୀ ବାନ୍ଧକଳା ଭଳି ପ୍ରସିଦ୍ଧ ପାରମ୍ପରିକ ହସ୍ତତନ୍ତ କଳାର ପ୍ରଚାର ଓ ପ୍ରସାର ସହ ବୁଣାକାର ଓ କାରିଗରମାନଙ୍କୁ ଅଧିକ ବଜାର ସୁଯୋଗ ପ୍ରଦାନ ଦିଗରେ ସରକାର ଗୁରୁତ୍ୱ ଦେଉଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande