
ଭଦ୍ରକ, ୩୦ ଅଗଷ୍ଟ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଛତାବର ଛକ ନିକଟ ଇଣ୍ଡିଆନ ଅଏଲ ପେଟ୍ରେଲ ପମ୍ପ ନିକଟରୁ ରାତ୍ରରେ ଜଣେ ଅଜଣା ବ୍ୟକ୍ତିର ମୃତଦେହ ପୁଲିସ ଉଦ୍ଧାର କରିଛି। ଶନିବାର ମଧ୍ୟରାତ୍ରରେ ସଂପୃକ୍ତ ସ୍ଥାନରେ ଲୋକେ ରୁର୍ଡ ହୋଇଥିବା ଦେଖି ପୁଲିସ ପାଟ୍ରୋଲିଂ ଦଳ ଗୋଟିଏ ମୃତଦେହ ପଡିଥିବା ଦେଖିଥିଲେ। ମୃତକଙ୍କ ବୟସ ୩୫ ବର୍ଷ ହେବ ବୋଳି ଅନୁମାନ କରାଯାଇଛି। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ମୃତବ୍ୟକ୍ତି ଗତ ଦୁଇ ତିନି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରୁଥିଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ। ପୁଲିସ ପଂଚନାମା କରି ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଭଦ୍ରକ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ପାଟ୍ରୋଲିଂ ଦଳ ଅଭିଯୋଗ କ୍ରମେ ଥାନାରେ ୪୧୭/୨୬ନଂ ମାମଲା ଋଜୁ ହୋଇଥିବା ଜଣାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ