
ଭଦ୍ରକ, ୩୦ ଅଗଷ୍ଟ (ହି.ସ.) - ଶ୍ରାବଣ ମାସ ଶୁକ୍ଳ ପକ୍ଷର ଏକାଦଶୀ ଠାରୁ ପବିତ୍ର ଝୁଲଣ ଯାତ୍ରା ଆରମ୍ଭ ହୋଇ ଗହ୍ମା ପୂର୍ଣ୍ଣମିରେ ଶେଷ ହୋଇଥାଏ । ଏହିଅବସରରେ ଭଦ୍ରକ ଜିଲ୍ଲା ବିଟିପୁର ଠାରେ ଝୁଲଣ ଯାତ୍ରା ତିନି ଧରି ଧୁମଧାମରେ ଆଧ୍ୟାତ୍ମିକ ପରିବେଶରେ ପାଳନ କରାଯାଇଥିଲା । ରାଧାକୃଷ୍ଣଙ୍କ ଯୁଗଳ ମୂର୍ତିକୁ ସୁସଜ୍ଜିତ ବିମାନରେ ବସାଇ ଝୁଲଣ ଯାତ୍ରା ଆରମ୍ଭ କରାଯାଇଥିଲା । ପୂଜକ ରାମଚନ୍ଦ୍ର ଦାଶ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ସୀତା ବିବି, ଜଗବନ୍ଧୁ ସିଂହ, ବିନୋଦିନୀ ଧିର, ମନ୍ଦାକିନୀ ସିଂହ, ଭାଗ୍ୟଶ୍ରୀ ସିଂହ, ନାରାୟଣ ଧିର, ବିରଚିଂ ନାରାୟଣ ଧିର, ପବିତ୍ର ବେହେରା, ବାବୁନି ଧିରଙ୍କ ତତ୍ୱାବଧାନରେ ପ୍ରତ୍ୟେହ ସନ୍ଧ୍ୟାରେ ଭଜନ କୀର୍ତନ କରାଯାଇଥିଲା । ଧରଣୀଧର ପୁହାଣ, ଗଗନ ସାହୁ,ରବିନ୍ଦ୍ର ମଳିକଙ୍କ ତତ୍ୱାବଧାନରେ ଭଜନ ପରିବେଷଣ କରାଯାଇଥିଲା । ପୂର୍ବତନ ସରପଚଂ ସତ୍ୟବାନ ଦାସ, ସାହିତ୍ୟିକ ଚିତରଞ୍ଜନ ସାମନ୍ତରାୟ, ଅଧ୍ୟାପକ କରୁଣା କର ସାହୁ, ସୁରେନ୍ଦ୍ର ଦାସ, ଶ୍ୟାମସୁନ୍ଦର ସାହୁ, ପ୍ରଭାତ ପଣ୍ଡା ପ୍ରମୁଖ ବିଭିନ୍ନ ଦିବସରେ ଠାକୁରଙ୍କ ଆଶିଷଲାଭ କରିଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ