
ବଲାଙ୍ଗୀର, ୩୦ ଅଗଷ୍ଟ(ହି.ସ.) – ବଲାଙ୍ଗୀର ଜିଲ୍ଲା କୁମ୍ଭାର ସମାଜର କାର୍ଯ୍ୟକାରିଣୀ ବୈଠକ ଟିକ୍ରାପଡ଼ା - ସଇଁନ୍ତଲା ବ୍ଲକ ଟିକ୍ରାପଡ଼ା ଶିବ ମନ୍ଦିର ଠାରେ ବଲାଙ୍ଗୀର ଜିଲ୍ଲା କୁମ୍ଭାର ସମାଜର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଅକ୍ଷୟ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ଇଷ୍ଟଦେବୀ ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା। ପ୍ରଥମେ ଜିଲ୍ଲା ସମ୍ପାଦକ ଅନିଲ ରଣା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପ୍ରତ୍ୟେକ ବ୍ଲକର ସଭାପତି ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ। ଉପଖଣ୍ଡ ସଭାପତି କୃଷ୍ଣଚନ୍ଦ୍ର ରଣା ଓ ବରୁଣ ସଂଗଠନ ସୁଦୃଢ଼ କରିବା ପାଇଁ ମତାମତ ରଖିଥିଲେ। ଆଇନ ପରାମର୍ଶଦାତା ଅରୁଣ ରଣା ଦେବାଶିଷ ରଣା ଚାରିଟେବୁଲ ଟ୍ରଷ୍ଟକୁ ଆର୍ôଥକ ସହଯୋଗ କାମନା କରିଥିଲେ। ସଭାପତି ଆଗାମୀ କାର୍ଯ୍ୟପନ୍ଥା ଯଥା ନିୟମିତ ପ୍ରତ୍ୟେକ ବ୍ଲକରେ ଜିଲ୍ଲା ବୈଠକ ଆୟୋଜନ, ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି, ବାର୍ଷିକ ବିବରଣୀ ଉପସ୍ଥାପନ ପାଇଁ ମତବ୍ୟକ୍ତ କରିଥିଲେ ଓ ଏହାକୁ ସର୍ବସମ୍ମର୍ତି କ୍ରମେ ପାରିତ କରାଯାଇଥିଲା। ଏହି ବୈଠକରେ ବିଭିନ୍ନ ବ୍ଲକ କାର୍ଯ୍ୟକର୍ତା ନିଧି ରଣା, ଧନଞ୍ଜୟ ରଣା, ରମେଶ ରଣା, ପ୍ରମୋଦ ରଣା, ଟଙ୍କଧର ରଣା, ଗୌରୀଶଙ୍କର ରଣା, ସୁରେନ୍ଦ୍ର ରଣା, ତେଜୁ ରଣା, ଅନାଦି ରଣା, ଶଶୀଭୂଷଣ, ଖଗେଶ୍ୱର ରଣାଙ୍କ ସମେତ ଜିଲ୍ଲା କାର୍ଯ୍ୟକାରିଣୀର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ନୃପରାଜ ରଣା ଧନ୍ୟବାଦ ଅର୍ପଣ କରିଥିଲେ ଓ ଟିକ୍ରାପଡ଼ା ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ