ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ ଦଳୀୟ ସ୍ୱାର୍ଥ ପାଇଁ ବିଜେପି ରାଜ୍ୟର ଖଣିକୁ କେନ୍ଦ୍ର ସରକାରଙ୍କ ହାତକୁ ଟେକି ଦେଲା: ବିଜେଡି
ଖଣି ସଂସ୍କାର ଆଇନ ଲାଗୁ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସ୍ୱାର୍ଥ ବଦଳରେ କେନ୍ଦ୍ର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି ଡବଲ ଇଞ୍ଜିନ ସରକାର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରୁଛି ଭୁବନେଶ୍ଵର , 30 ଅଗଷ୍ଟ (ହି.ସ.)ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଜରି
ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ ଦଳୀୟ ସ୍ୱାର୍ଥ ପାଇଁ ବିଜେପି ରାଜ୍ୟର ଖଣିକୁ କେନ୍ଦ୍ର ସରକାରଙ୍କ ହାତକୁ ଟେକି ଦେଲା: ବିଜେଡି


ଖଣି ସଂସ୍କାର ଆଇନ ଲାଗୁ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ

ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସ୍ୱାର୍ଥ ବଦଳରେ କେନ୍ଦ୍ର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି

ଡବଲ ଇଞ୍ଜିନ ସରକାର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରୁଛି

ଭୁବନେଶ୍ଵର , 30 ଅଗଷ୍ଟ (ହି.ସ.)ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଜରିଆରେ ରାଜ୍ୟର ହକ୍କୁ ଛଡାଇ ନେଇଛନ୍ତି କେନ୍ଦ୍ର ସରକାର । ଓଡ଼ିଶାବାସୀଙ୍କ ପ୍ରବୁଦ୍ଧ କ୍ଷତି ହେଉଥିବା ଜାଣି ମଧ୍ୟ ରାଜ୍ୟ ସରକାର ଚୁପ ବସିଛନ୍ତି । ରାଜ୍ୟ ସ୍ୱାର୍ଥକୁ ଭୁଲି ଖଣି ମାଲିକଙ୍କୁ ଲାଭାନ୍ୱିତ କରିବା ପାଇଁ ଡବଲ ଇଞ୍ଜିନ ସରକାର କାମ କରୁଥିବାରୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ଏମଏମଡିଆର ଆକ୍ଟ ଜରିଆରେ ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦକୁ କେନ୍ଦ୍ର ହାତରେ ଟେକି ଦେଇଛି ବିଜେପି । ଖଣିଜ ସମ୍ପଦରୁ ଅଧିକ ରାଜସ୍ୱ ଆଦାୟ କରି ସର୍ବଭାରତୀୟ ସ୍ତରରେ ଓଡ଼ିଶା ପ୍ରସଂଶିତ ହୋଇଥିଲା । ଗତ ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ସଂସଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଖଣି ସଂସ୍କାର ଆଇନ ଲାଗୁ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ । ଏହି ବିଲ୍ ବିନା ଆଲୋଚନାରେ ସଂସଦରେ ପାରିତ କରାଯାଇଛି, ଏହାଦ୍ୱାରା ଓଡ଼ିଶା ଅନେକ କ୍ଷତି ସହିବ । ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଯୋଗେ ଜଣାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଉକ୍ତ ପ୍ରସଙ୍ଗରେ ନିରବ ରହିଲେ । କିନ୍ତୁ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକି୍ରୟା ଦେଇ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଭୁଲି କେନ୍ଦ୍ର ସ୍ୱାର୍ଥକୁ ଗୁରୁତ୍ୱ ଦେଲେ । ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ମାନଙ୍କ ସହ ଆଲୋଚନା କରି ଆଇନ ପାରିତ କରିବା କଥା, କିନ୍ତୁ କେନ୍ଦ୍ର ସରକାର ସବୁ ବିଧିବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ନିଜର ହିତ ସାଧନ ପାଇଁ ସଂସଦରେ ଆଇନ ପାରିତ କଲେ । ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି ଏବଂ ରାଜ୍ୟ ମାନେ ଖଣିଜ ପଦାର୍ଥ ଉପରୁ ଲେଭି ଓ ଟ୍ୟାକ୍ସ ଆଦାୟ କରିପାରିବେ ବୋଲି କହିଥିଲେ । କିନ୍ତୁ କେନ୍ଦ୍ର ସରକାର ସୁପି୍ରମକୋର୍ଟଙ୍କ ନିଦେ୍ର୍ଦଶକୁ ବେଖାତିର କରି ରାଜ୍ୟ ମାନଙ୍କ ହକ୍କୁ ଛଡ଼ାଇ ନେଇଛନ୍ତି । ଏହି ଆକ୍ଟ ଯୋଗୁଁ ୧ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବକେୟା ଖଣି ରାଜସ୍ୱ ହରାଇବ ଓଡ଼ିଶା । ରାଜ୍ୟର ବିକାଶରେ ଖଣି ରାଜସ୍ୱ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ରାଜ୍ୟ ସରକାର ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଶିଳ୍ପପତି, ପୁଞ୍ଜିପତି ମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛନ୍ତି ।

ଡ଼ ସାହୁ ଆହୁରି କହିଥିଲେ ଯେ, ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଛି । ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ବଳରେ ରାଜ୍ୟର ଖଣିଜ ସମ୍ପଦକୁ କେନ୍ଦ୍ର ସରକାର ନେଉଯାଉଥିବା ବେଳେ ବିଜେପିର ୨୦ ଲୋକସଭା ଓ ୫ ଜଣ ରାଜ୍ୟସଭା ସାଂସଦ ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟର ହକ୍କୁ ଛଡ଼ାଇ ନେଇ ଖଣି ମାଲିକଙ୍କୁ ଲାଭାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଗ୍ରହଣୀୟ ନୁହେଁ । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଭୁଲି କେନ୍ଦ୍ର ସରକାରଙ୍କ ଇସାରାରେ କାମ କରୁଥିବା ବିଜେପି ସରକାରକୁ ଠିକ୍ ସମୟରେ ଉଚିତ୍ ଜବାବ ଦେବେ ରାଜ୍ୟବାସୀ । ରାଜ୍ୟର ସମୂହ ସ୍ୱାର୍ଥ ପାଇଁ ଏହି କଳା ଆଇନ୍ ବିରୋଧରେ ବିଜେଡିର ଲଢେଇ ଜାରି ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande