ଓଲଟିଲା ଘରୋଇ ବସ୍ : ୧୫ ଯାତ୍ରୀ ଆହତ
ଧର୍ମଶାଳା, ୩୦ ଅଗଷ୍ଟ (ହି.ସ.)- ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ଅଘଟଣ । ଯଶୋଦା ନାମକ ଏକ ଘରୋଇ ବସ୍ ନମ୍ବର(ଓଡି୦୧ଟି୮୪୪୫) ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ପରେ ଚଣ୍ଡିଖୋଲ ଅଗ୍ନିଶମ ବ
୧୬ ନଂ ଜାତୀୟ ରାଜପଥ କଡେଇଛକ ନିକଟରେ ଓଲଟିଲା ଘରୋଇ ବସ୍ : ୧୫ଯାତ୍ରୀ ଆହତ


ଧର୍ମଶାଳା, ୩୦ ଅଗଷ୍ଟ (ହି.ସ.)- ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ଅଘଟଣ । ଯଶୋଦା ନାମକ ଏକ ଘରୋଇ ବସ୍ ନମ୍ବର(ଓଡି୦୧ଟି୮୪୪୫) ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ପରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଓ ବଡଚଣା ପୁଲିସ ଘଟଣାସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ବସ୍ ଭିତରୁ ସମସ୍ତ ଯାତ୍ରୀଙ୍କୁ ବାହାରକୁ ବାହାର କରାଯାଇଥିଲା । ବସ ରେ ମୋଟ ୫୦ରୁ ଊର୍ଦ୍ଧ୍ଵ ଯାତ୍ରୀ ଥିବାବେଳେ ୧୫ ଜଣ ଆହତଙ୍କୁ ତୁରନ୍ତ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ଏହି ବସଟି ଭୁବନେଶ୍ୱରରୁ ଯାତ୍ରୀଙ୍କୁ ନେଇ ବାଲେଶ୍ୱର ଅଭିମୁଖେ ଆସୁଥିବା ବେଳେ କଡେଇଛକରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଯାହାକୁ ନେଇ କିଛି ସମୟ ପାଇଁ ରାଜପଥରେ ଗାଡି ଚଳଚଳ ବନ୍ଦ ରହିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande