
ଭଦ୍ରକ, ୩୦ ଅଗଷ୍ଟ (ହି.ସ.) - ଚାଷୀ ପଞ୍ଜିକରଣର ଅବଧି ସରକାର ଆଉ ୭ଦିନ ବୃଦ୍ଧି କରିବା ପରେ ଜିଲ୍ଲାର ଚାଷୀ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ଆସନ୍ତାକାଲି ୩୧ତାରିଖ ସରୁଥିଲା ପଞ୍ଜିକରଣ ର ଅବଧି।ପଞ୍ଜିକରଣ ର ସମୟ ବୃଦ୍ଧି ନହୋଇନଥିଲେ ଜିଲ୍ଲାର ବହୁ ସଂଖ୍ୟକ ଯୋଗ୍ୟ ଚାଷୀ ବାଦ ପଡିଥାନ୍ତେ।ଆସନ୍ତାକାଲି ଶେଷ ତାରିଖ ଥିବାରୁ ଜିଲ୍ଲାର ବହୁ ସେବା ସମବାୟ ସମିତି ରେ ପଞ୍ଜିକରଣ ପାଁଇ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା।ଏପରିକି ରାତି ଅଧ ଯାଏଁ ଚାଷୀଙ୍କ ଲମ୍ବାଧାଡି ଲାଗିଥିଲା।ଜିଲାରେ ଲଗାତାର ବନ୍ୟା ଯୋଗୁଁ ଭଣ୍ଡାରିପୋଖରୀ,ଧାମନଗର,ତିହିଡି,ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ରେ ପଞ୍ଜିକରଣ କାର୍ଯ୍ୟ ପ୍ରଭାବିତ ହୋଇପଡିଥିଲା।ବନ୍ୟା ପ୍ରଭାବିତ ଅଂଚଳର ବହୁଚାଷୀ ପଞ୍ଜିକରଣକରିପାରିନଥିଲେ।ଏହା ବ୍ୟତୀତ ସର୍ଭର ଡାଉନ ଓ ଅନ୍ୟ କେତକ ବୈଶିକ ସମସ୍ୟା କାରଣ ରୁ ପଞ୍ଜିକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟୁଥିଲା।ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାରେ ଏପର୍ଯ୍ୟନ୍ତ ୫୪ହଜାର ୩୫୯ଚାଷୀ ପଞ୍ଜିକରଣ କରିଛନ୍ତି।ଗତ ବର୍ଷ ୨୦୨୫-୨୬ ରେ ୯୬ହଜାର ୨୩୨ଚାଷୀ ପଞ୍ଜି କରଣ କରିଥିଲେ।ଏହି ବର୍ଷ ଆଜି ଗୋଟିଏ ଦିନରେ ୫୯୬୩ଚାଷୀ ପଞ୍ଜିକରଣ କରିଥିବାର ବିଭାଗୀୟ ସୂତ୍ର ରୁ ଜଣାଯାଇଛି।ଚଳିତବର୍ଷର ଆଜିସୁଦ୍ଧା ୫୬ପ୍ରତିଶତ ଚାଷୀ ଜିଲାରେ ପଞ୍ଜିକରଣ କରିଛନ୍ତି। ପଂଜିକରଣର ଅବଧି ୭ ଦିନ ବୃଦ୍ଧି ପାଇବା ଫଳରେ ଜିଲାରେ ୪୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହେବେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ