ସୋମବାର ଲାକ୍ଷାଦ୍ୱୀପରେ ମତ୍ସ୍ୟଚାଷ ସମ୍ପ୍ରସାରଣ ପାଇଁ ରଣନୈତିକ କାର୍ଯ୍ୟ ଯୋଜନା ଉନ୍ମୋଚନ କରିବେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, ୩୦ ଅଗଷ୍ଟ(ହି.ସ.) – ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ସୋମବାର ଦିନ ଲାକ୍ଷାଦ୍ୱୀପରେ ଅଳଙ୍କାରିକ ମତ୍ସ୍ୟଚାଷ ସମ୍ପ୍ରସାରଣ ପାଇଁ ରଣନୈତିକ କାର୍ଯ୍ୟ ଯୋଜନା ମିଶନ ରଙ୍ଗିନ ମାଛ ୨୦୩୧'' ଉନ୍ମୋଚନ କରିବେ। କେନ୍ଦ୍ର ମତ୍ସ୍ୟଚାଷ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅନୁଯାୟୀ,
ସୋମବାର ଲାକ୍ଷାଦ୍ୱୀପରେ ମତ୍ସ୍ୟଚାଷ ସମ୍ପ୍ରସାରଣ ପାଇଁ ରଣନୈତିକ କାର୍ଯ୍ୟ ଯୋଜନା ଉନ୍ମୋଚନ କରିବେ ଉପରାଷ୍ଟ୍ରପତି


ନୂଆଦିଲ୍ଲୀ, ୩୦ ଅଗଷ୍ଟ(ହି.ସ.) – ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ସୋମବାର ଦିନ ଲାକ୍ଷାଦ୍ୱୀପରେ ଅଳଙ୍କାରିକ ମତ୍ସ୍ୟଚାଷ ସମ୍ପ୍ରସାରଣ ପାଇଁ ରଣନୈତିକ କାର୍ଯ୍ୟ ଯୋଜନା ମିଶନ ରଙ୍ଗିନ ମାଛ ୨୦୩୧' ଉନ୍ମୋଚନ କରିବେ।

କେନ୍ଦ୍ର ମତ୍ସ୍ୟଚାଷ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅନୁଯାୟୀ, ମନ୍ତ୍ରଣାଳୟ ଦ୍ୱାରା ଲାକ୍ଷାଦ୍ୱୀପର ଅଗାଟ୍ଟୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ରଣନୈତିକ କାର୍ଯ୍ୟ ଯୋଜନା ଅଳଙ୍କାରିକ ମତ୍ସ୍ୟଚାଷର ସମଗ୍ର ମୂଲ୍ୟ ଶୃଙ୍ଖଳାରେ ବୈଜ୍ଞାନିକ ପରିଚାଳନା, ଜୈବ-ସୁରକ୍ଷା, ଉଚ୍ଚ ଗୁଣବତା ଏବଂ ନିୟାମକ ଅନୁପାଳନ ପାଇଁ ଏକ ସମାନ ଢାଂଚା ପ୍ରଦାନ କରିବ।

ମତ୍ସ୍ୟଚାଷ କ୍ଷେତ୍ରରେ ସମନ୍ୱିତ ଏବଂ ମୂଲ୍ୟ ଶୃଙ୍ଖଳା ଆଧାରିତ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏକ କ୍ଲଷ୍ଟର ଆଧାରିତ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଏହାର ଅନୁରୂପ, ଲାକ୍ଷାଦ୍ୱୀପକୁ ସାମୁଦ୍ରିକ ଶୈବାଳ ଚାଷ, ପ୍ରକ୍ରିୟାକରଣ, ମୂଲ୍ୟ ସଂଯୋଜନ ଏବଂ ବଜାର ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ସର୍ଗୀକୃତ ସାମୁଦ୍ରିକ ଶୈବାଳ କ୍ଲଷ୍ଟର ଭାବରେ ସୂଚିତ କରାଯାଇଛି।

ସ୍ୱାସ୍ଥ୍ୟ ପରିଚାଳନା, ପରିବହନ ଏବଂ ବାଣିଜ୍ୟ ସମ୍ବନ୍ଧୀୟ ପ୍ରକ୍ରିୟାକୁ ମାନକ ପରିଚାଳନା ପ୍ରକ୍ରିୟା(ଏସ୍.ଓ.ପି.) ମାନକୀକୃତ କରିବ। ଏହା ସାରା ଦେଶରେ ପ୍ରକ୍ରିୟାରେ ଏକରୂପତା ସୁନିଶ୍ଚିତ କରିବ ଏବଂ ସର୍ବୋତମ ଅଭ୍ୟାସ ଗ୍ରହଣକୁ ପ୍ରୋତ୍ସାହିତ କରିବ। ଏହି ପଦକ୍ଷେପଗୁଡ଼ିକ ଅଂଶୀଦାରମାନଙ୍କ ସାମର୍ଥ୍ୟକୁ ସୁଦୃଢ଼ କରିବା, ଉତ୍ପାଦର ଗୁଣବତା ଏବଂ ଜୈବ-ସୁରକ୍ଷା ମାନରେ ଉନ୍ନତି ଆଣିବା, ପ୍ରମାଣୀକରଣ ଏବଂ ବଜାର ପ୍ରବେଶକୁ ସୁଗମ କରିବାରେ ମଧ୍ୟ ସହାୟକ ହେବ।

ଏହି ଅବସରରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏବଂ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ ଏବଂ ଲାକ୍ଷାଦ୍ୱୀପର ପ୍ରଶାସକ ପ୍ରଫୁଲ୍ଲ ଖୋଡ଼ା ପଟେଲଙ୍କ ସମେତ ଅନେକ ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜୀବୀ, ମତ୍ସ୍ୟ ବିଭାଗ, ଲାକ୍ଷାଦ୍ୱୀପ ସରକାର, ମତ୍ସ୍ୟ କ୍ଲଷ୍ଟର, ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ଲାକ୍ଷାଦ୍ୱୀପ ସରକାରଙ୍କ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ରହିବେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande