ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ଦାବିରେ ଏଆଇଏସଇସି ପକ୍ଷରୁ କନଭେନସନ
ବଲାଙ୍ଗିର, 30 ଅଗଷ୍ଟ (ହି.ସ.) ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ଚଳିତ ବର୍ଷ ପୁରୁଣା ବହିରେ ଶିକ୍ଷା ଦାନ ଦାବିରେ ଆଜି ସ୍ଥାନୀୟ ଯାଦବ ଭବନ ବଲାଙ୍ଗୀରଠାରେ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ବଲାଙ୍ଗୀର ପକ୍ଷରୁ କନଭେନସନ ଅନୁଷ୍ଠିତ ହୋଇଯାଇଛି।ପ୍ରକାଶ ଥାଉକି ଚଳିତ ଶିକ୍ଷା ବର୍ଷରେ
ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ଦାବିରେ ଏଆଇଏସଇସି ପକ୍ଷରୁ କନଭେନସନ


ବଲାଙ୍ଗିର, 30 ଅଗଷ୍ଟ (ହି.ସ.)

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ଚଳିତ ବର୍ଷ ପୁରୁଣା ବହିରେ ଶିକ୍ଷା ଦାନ ଦାବିରେ ଆଜି ସ୍ଥାନୀୟ ଯାଦବ ଭବନ ବଲାଙ୍ଗୀରଠାରେ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ବଲାଙ୍ଗୀର ପକ୍ଷରୁ କନଭେନସନ ଅନୁଷ୍ଠିତ ହୋଇଯାଇଛି।ପ୍ରକାଶ ଥାଉକି ଚଳିତ ଶିକ୍ଷା ବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଣୟନ କରାଯାଇଛି। ଏଥିରେ ୩ ହଜାରରୁ ଉର୍ଧ୍ଵ ତ୍ରୁଟି ରହିଛି। ଏହା ସହ ଅନେକ ମୌଳିକ, ଧାରଣାଗତ ତ୍ରୁଟି ମଧ୍ୟ ରହିଛି। ଯାହାକୁ ନେଇ ଅଭିଭାବକ ଓ ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରଙ୍କ ଏହି ପରି ସରକାରୀ ଶିକ୍ଷାକୁ ନେଇ ଅବହେଳାକୁ ସମସ୍ତ ମହଲରେ ବିରୋଧ ହୋଇଛି।ଏହି ପରିପ୍ରେକ୍ଷୀରେ ତ୍ରୁଟିଯୁକ୍ତ ପାଠ୍ୟ ପୁସ୍ତକକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବୀ ନେଇ ଶିକ୍ଷକ, ଅଭିଭାବକ,ବୁଦ୍ଧିଜୀବୀ କନଭେନସନ ଅନୁଷ୍ଠିତ ହୋଇଯାଇଛି।ଏହି ପାଠ୍ୟପୁସ୍ତକ ପଢ଼େଇବା ଦ୍ୱାରା ଶିକ୍ଷାର ମୂଳଦୁଆ ଧ୍ବଂସ ପାଇବ ବୋଲି କନଭେନସନରେ ମତ ପ୍ରକାଶ ପାଇଛି। ଅବିଳମ୍ବେ ଏହିସବୁ ପାଠ୍ୟପୁସ୍ତକ କୁ ପ୍ରତ୍ୟାହାର କରିବା ପାଇଁ ଏକଜୁଟ ହେବାକୁ ଏଆଇଏସଇସି ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବରେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯିବା ପାଇଁ କନଭେନସନରେ ନିଷ୍ପତି ନିଆଯାଇଛି। ଏହି କନଭେନସନରେ ଏଆଇଏସଇସି ରାଜ୍ୟ ସମ୍ପାଦକ ସୁବାସ ନାୟକଙ୍କ ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶିକ୍ଷକ, ଅଭିଭାବକ, ଶିକ୍ଷାପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande