ଘୃଣା ଓ ଅମାନବୀୟ ବ୍ୟବହାରକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଧର୍ମକୁ ବ୍ୟବହାର କରାଯାଇପାରିବ ନାହିଁ : ଧର୍ମଗୁରୁ
ନୂଆଦିଲ୍ଲୀ/ନ୍ୟୁୟର୍କ, ୩୦ ଅଗଷ୍ଟ (ହି.ସ.)- ଘୃଣା, ଅପମାନ, ଅମାନବୀୟ ବ୍ୟବହାର କିମ୍ବା ହିଂସାକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଧର୍ମକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ବିଶ୍ୱର ବିଭିନ୍ନ ସ୍ଥାନରୁ ଧାର୍ମିକ ନେତାମାନେ ଆମେରିକାର ନ୍ୟୁୟର୍କର ମ୍ୟାନହଟ୍ଟନରେ ହେଡ୍ ଫୋରମ୍ ଦ୍ୱାରା ଆୟୋଜିତ ସାର୍
ଘୃଣା ଓ ଅମାନବୀୟ ବ୍ୟବହାରକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଧର୍ମକୁ ବ୍ୟବହାର କରାଯାଇପାରିବ ନାହିଁ : ଧର୍ମଗୁରୁ


ନୂଆଦିଲ୍ଲୀ/ନ୍ୟୁୟର୍କ, ୩୦ ଅଗଷ୍ଟ (ହି.ସ.)- ଘୃଣା, ଅପମାନ, ଅମାନବୀୟ ବ୍ୟବହାର କିମ୍ବା ହିଂସାକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଧର୍ମକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ବିଶ୍ୱର ବିଭିନ୍ନ ସ୍ଥାନରୁ ଧାର୍ମିକ ନେତାମାନେ ଆମେରିକାର ନ୍ୟୁୟର୍କର ମ୍ୟାନହଟ୍ଟନରେ ହେଡ୍ ଫୋରମ୍ ଦ୍ୱାରା ଆୟୋଜିତ ସାର୍ବଜନୀନ ଏକତା ଉତ୍ସବ ସମୟରେ ସ୍ପଷ୍ଟ ଭାବେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୋହନ ଭାଗବତ ଯୋଗ ଦେଇଥିଲେ ।

ନ୍ୟୁୟର୍କର ମ୍ୟାନହଟ୍ଟନରେ ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଉତେଜନା, ହିଂସା ଏବଂ ଧ୍ରୁବିକରଣ ମଧ୍ୟରେ ଆୟୋଜିତ ଏକ ବିଶ୍ୱ: ଏକ ମାନବତା ସମ୍ମିଳନୀ' ଆହ୍ୱାନ ସହିତ ପାରିତ ହୋଇଥିବା ଏକ ସଂକଳ୍ପରେ ଧାର୍ମିକ ନେତାମାନେ ଯେକୌଣସି ସମ୍ପ୍ରଦାୟର ମର୍ଯ୍ୟାଦା ଏବଂ ସୁରକ୍ଷା ପାଇଁ ଠିଆ ହେବାକୁ ପ୍ରତିଶୃତି ଦେଇଥିଲେ । ସେମାନେ କହିଥିଲେ ଯେ, ଯେଉଁଠି ଆସ୍ଥା ଉପଚାର ଏବଂ ବୁଝାମଣାର ଏକ ମାଧ୍ୟମ ହୋଇ ରହିଛି, ତଥାପି ବିଭାଜନ ଏବଂ ହିଂସାକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଏହାର ଅପବ୍ୟବହାର କରାଯାଇଛି । ଏହି ସମୟ ମଧ୍ୟରେ ଜାରି କରାଯାଇଥିବା ପାଂଚ ସୂତ୍ରୀ ପ୍ରସ୍ତାବ ପତ୍ରର ପ୍ରଥମ ବାର୍ତା ହେଉଛି ସମ୍ପ୍ରଦାୟଗୁଡ଼ିକର ଆତ୍ମପରୀକ୍ଷା, ସର୍ବପ୍ରଥମେ ସେମାନଙ୍କ ନିଜ ସମ୍ପ୍ରଦାୟର ଶିକ୍ଷା ଏବଂ ଆଚରଣର ସମୀକ୍ଷା କରିବା । ଏଥିରେ ଧର୍ମ ନାମରେ ଘୃଣା, ଅମାନବୀୟକରଣ ଏବଂ ହିଂସାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବା ଏବଂ ଭିନ୍ନ ଭିନ୍ନ ମତ ପ୍ରତି ସମ୍ମାନ ଶିକ୍ଷା ଦେବା ଅନ୍ତର୍ଭୁକ୍ତ ।

ଦ୍ୱିତୀୟଟି ହେଉଛି ସଙ୍କଟ ସମୟରେ ଅନ୍ୟ ସମ୍ପ୍ରଦାୟକୁ ସହାୟତା କରିବା । ଏଥିରେ କୁହାଯାଇଛି ଯେ କୌଣସି ସମ୍ପ୍ରଦାୟ କିମ୍ବା ବ୍ୟକ୍ତିକୁ ଟାର୍ଗେଟ କରାଯିବା ସମୟରେ ତା’ ସହିତ ଛିଡ଼ା ହୁଅନ୍ତୁ । ଏହି ପ୍ରସ୍ତାବରେ କୁହାଯାଇଛି ଯେ, ଅନ୍ୟର ଦୁଃଖକୁ କେବଳ ତାଙ୍କ ନିଜର ନୁହେଁ ବୋଲି ଅଣଦେଖା କରାଯାଇପାରିବ ନାହିଁ ।

ତୃତୀୟଟି ହେଉଛି ବାର୍ତାଳାପ ଏବଂ ଯୁବ ଭାଗିଦାରୀ, ଯେଉଁଥିରେ କୌଣସି ବିପର୍ଯ୍ୟୟ ଘଟିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଧାର୍ମିକ ଏବଂ ସାଂସ୍କୃତିକ ସୀମାରେଖା ବାହାରେ ଥିବା ସମ୍ପ୍ରଦାୟ ଏବଂ ବିଶେଷ କରି ଯୁବକମାନଙ୍କୁ ଏକାଠି କରିବା । ଏହାର ଉଦ୍ଦେଶ୍ୟ ହେଉଛି ପୂର୍ବଧାରଣା ଦୂର କରିବା ଏବଂ ମାନବୀୟ ସ୍ତରରେ ସମ୍ପର୍କ ସ୍ଥାପନ କରିବା ।

ଚତୁର୍ଥରେ, ଆମେ ସେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବୁ । ଏହି ସଂକଳ୍ପରେ କୁହାଯାଇଛି ଯେ ବିସ୍ଥାପିତ, ପୀଡ଼ିତ, ଅସୁସ୍ଥ ଏବଂ ଅବହେଳିତମାନଙ୍କ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ । ଶ୍ରେୟ ପାଇବାର ଲାଳସା ବିନା ପୂର୍ବରୁ ଚାଲିଥିବା ସେବା କାର୍ଯ୍ୟକୁ ସମର୍ଥନ କରିବା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।

ପଂଚମରେ ଆମେ ଭବିଷ୍ୟତ ପ୍ରତି ଆମର ଦାୟିତ୍ୱ ଗ୍ରହଣ କରିବୁ । ଏହି ସଂକଳ୍ପରେ ଯୁଦ୍ଧ, ଶାନ୍ତି, ଦାରିଦ୍ର୍ୟ ଦୂରୀକରଣ ଏବଂ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ (ଏ. ଆଇ.) ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସନ୍ଦର୍ଭରେ ନୈତିକ ପ୍ରଭାବର ବ୍ୟବହାର କରିବାକୁ ଆହ୍ୱାନ କରାଯାଇଛି, ଯାହାଦ୍ୱାରା ପ୍ରଯୁକ୍ତିବିଦ୍ୟା ମାନବ ମର୍ଯ୍ୟାଦା, ସତ୍ୟ ଏବଂ ସ୍ୱାଧୀନତାକୁ ସୁଦୃଢ଼ କରିପାରିବ ।

ସମ୍ମିଳନୀରେ ନେତାମାନେ ରେଖାଙ୍କିତ କରିଥିଲେ ଯେ, କୌଣସି ବୈଶ୍ୱିକ ଦସ୍ତାବିଜ କେବଳ ସେତେବେଳେ ଅର୍ଥପୂର୍ଣ୍ଣ ହୋଇଥାଏ ଯେତେବେଳେ ଏହା ସ୍ଥାନୀୟ ସ୍ତରରେ ପ୍ରକୃତ କାର୍ଯ୍ୟରେ ପରିଣତ ହୋଇଥାଏ । ଏହି ଉଦ୍ଦେଶ୍ୟରେ, ସମସ୍ତ ପ୍ରତିନିଧିଙ୍କୁ ଗୋଟିଏ ମଂଚ ଗୋଷ୍ଠୀରେ ଏକାଠି ହେବାକୁ ଆହ୍ୱାନ କରାଯାଇଥିଲା ଯାହା ସାଧାରଣତଃ କଥାବାର୍ତା କରିବ ନାହିଁ । ବିଭିନ୍ନ ଧର୍ମ ଏବଂ ସଂସ୍କୃତିର ଲୋକଙ୍କ ସହିତ ମିଶି କାର୍ଯ୍ୟ କରିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande