
କେନ୍ଦ୍ରାପଡ଼ା, ୩୦ ଅଗଷ୍ଟ(ହି.ସ.) – ପୋଖରୀରେ ଗାଧୋଇବା ହେଲା କାଳ। ଶୌଚ ହେବାକୁ ଯାଇ ଭାରସ୍ୟାମ ହରେଇ ପୋଖରୀରେ ବୁଡ଼ିଯାଇ ବୃଦ୍ଧ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। ଆଳି ଥାନା ଅନ୍ତର୍ଗତ ବଡାମ୍ବିଳା ପଂଚାୟତର ନୂଆଗାଁ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉକ୍ତ ଗ୍ରାମରର ରଙ୍ଗାଧର ମହାନ୍ତି(୬୧) ନାମକ ଜଣେ ବୃଦ୍ଧ ଗ୍ରାମ ପୋଖରୀକୁ ଶୌଚ ହେବାକୁ ଯାଇ ଭାରସ୍ୟାମ ହରେଇ ଉକ୍ତ ପୋଖରୀରେ ବୁଡ଼ି ଯାଇଥିଲେ। ପରିବାର ଲୋକ ଦୀର୍ଘ ସମୟ ଖୋଜା ଖୋଜି ପରେ ପୋଖରୀ ନିକଟରେ ରଙ୍ଗାଧରଙ୍କ ଚପଲ, ଗାମୁଛା ଓ ଠେଙ୍ଗା ଥୁଆ ହୋଇଥିବାର ଦେଖି ବୁଡ଼ିଯାଇଥିବା ସନ୍ଦେହ କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ରାଜକନିକା ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ତାଙ୍କୁ ପୋଖରୀ ମଧ୍ୟରୁ ଉଦ୍ଧାର କରାଯାଇ, ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର ପକ୍ଷରୁ ଥାନାରେ ଏତଲା ଦିଆ ଯାଇଥିବାବେଳେ ଆସନ୍ତାକାଲି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି