କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଲେ ଆନ୍ତର୍ଜାତୀୟ ଭଲି ବଲ୍ ଖେଳାଳି- ଶିବାନୀ ପ୍ରିୟଦର୍ଶିନୀ
କେନ୍ଦ୍ରାପଡ଼ା, ୩୦ ଅଗଷ୍ଟ(ହି.ସ.) – ଭାରତ ରତ୍ନ ହକିର ଯାଦୁଗର ଶ୍ରୀ ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ତଥା ଜାତୀୟ କ୍ରୀଡ଼ା ଦିବସରେ କଟକ ନରାଜ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ମହାସମାରୋହରେ ପାଳନ କରାଯାଇଅଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ପରିସରରେ ଏକ ମି
କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଲେ ଆନ୍ତର୍ଜାତୀୟ ଭଲି ବଲ୍ ଖେଳାଳି --ଶିବାନୀ ପ୍ରିୟଦର୍ଶିନୀ,


କେନ୍ଦ୍ରାପଡ଼ା, ୩୦ ଅଗଷ୍ଟ(ହି.ସ.) – ଭାରତ ରତ୍ନ ହକିର ଯାଦୁଗର ଶ୍ରୀ ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ତଥା ଜାତୀୟ କ୍ରୀଡ଼ା ଦିବସରେ କଟକ ନରାଜ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ମହାସମାରୋହରେ ପାଳନ କରାଯାଇଅଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ପରିସରରେ ଏକ ମିନିମାରଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟର ଶତାଧିକ ବିଦ୍ୟାର୍ଥୀ, ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏହି କାର୍ଯକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଆନ୍ତର୍ଜାତୀୟ ଭଲିବଲ୍ ମହିଳା ଖେଳାଳି ଶିବାନୀ ପ୍ରିୟଦର୍ଶିନୀ ପରେ ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାର୍ଥୀ କଲ୍ୟାଣ ବିଭାଗର ଡିନ୍ ଡ଼କ୍ଟର ଜୟପ୍ରକାଶ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ଜାତୀୟ ଖେଳାଳୀ ଶିବାନୀ ପ୍ରିୟଦର୍ଶିନୀ, ପ୍ରାରମ୍ଭରେ ଉତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ଶିବାନୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଡକ୍ଟର ଜୟପ୍ରକାଶ ଭଟ୍ଟ, ଜାତୀୟ କ୍ରୀଡ଼ା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ଗୁରୁଜୀ ରବିଶଙ୍କରଙ୍କ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଶା ରାଜ୍ୟରେ ଏକ ଉନ୍ନତ ମାନର ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଖୋଲି ଆମ ରାଜ୍ୟର ଆଗାମୀ ଭବିଷ୍ୟତଙ୍କୁ ସମସ୍ତ ପ୍ରକାର ଶିକ୍ଷା ପ୍ରଦାନ କରୁଥିବାରୁ ପ୍ରତିଷ୍ଠାତାଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ। କ୍ରୀଡ଼ାବିତ୍ମାନଙ୍କୁ କଠିନ ପରିଶ୍ରମ କରି ଲକ୍ଷ୍ୟ ପଥରେ ଅଗ୍ରସର ହୋଇ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ ହେବା ସହିତ ରାଜ୍ୟ ତଥା ଦେଶର ଗୌରବ ବଢ଼ାଇବା ସହିତ ନିଜର ଭବିଷ୍ୟତ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ପରିଶେଷରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ୨୦୨୬ର ବିଜୟୀ କ୍ରୀଡ଼ାବିତ୍ମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ ମିସ୍ ଶିବାନୀ ପ୍ରିୟ ଦର୍ଶିନି। ଦେଶର ଅନ୍ୟତମ ମର୍ଯ୍ୟାଦାଜନକ ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆମ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି କେନ୍ଦ୍ରାପଡ଼ା ଝିଅ ଶିବାନୀ ପ୍ରିୟଦର୍ଶିନୀ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande