
ଜୟପୁର, ୩୦ ଅଗଷ୍ଟ (ହି.ସ.) - ବୈପାରୀଗୁଡା ବ୍ଲକ କେ-ମାଳିଗୁଡା ଗ୍ରାମବାସୀଙ୍କ ଦୁଃଖ ପାଲଟିଛି ଭଙ୍ଗା ଡ୍ୟାମ ଯାହାକୁ ନେଇ ଚାଷୀ ଓ ଗ୍ରାମବାସୀ ସମସ୍ୟା ରେ ପଡ଼ୁଛନ୍ତି । ଚାଷୀ ଦେଶର ମେରୁଦଣ୍ଡ। ଚାଷୀର ଉନ୍ନତିରେ ଦେଶର ପ୍ରଗତି। ତେଣୁ ଚାଷୀଙ୍କ ଉନ୍ନତି ତଥା ଉନ୍ନତଧରଣର ଚାଷ ପ୍ରଣାଳୀ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚାଷ ଜମିଗୁଡିକ ଜଳ ସେଚିତ ହୋଇ ପାରିଲେ ସୁବିଧାରେ ଅଧିକ ପରିମାଣର ଫସଲ ଅମଳ ହେବା ସହ ଚାଷୀଙ୍କର ଉନ୍ନତି ହୋଇପାରିବ। ତେଣୁ ଜମିଗୁଡିକୁ ଜଳସେଚନର ସୁବିଧା କରିବାକୁ କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ଚେକ୍ ଡ୍ୟାମ୍ ଆଦି ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଛନ୍ତି। କିନ୍ତୁ କେତେଜଣ ବିଭାଗୀୟ କର୍ମଚାରୀଙ୍କ ଅପାରଗତା ଯୋଗୁ ସେସବୁ ଯୋଜନାର ସୁଫଳ ଚାଷୀଙ୍କୁ ମିଳିପାରୁ ନ ଥିବା ଅଭିଯୋଗ ହେଉଛି। ଦୀର୍ଘ ଏକ ବର୍ଷ ହେବ ଡ୍ୟାମ ଭାଂଗିଛି କିନ୍ତୁ ମରାମତି ଦିଗରେ ପ୍ରଶାସନ ଚୁପ ବସିଛି ବୋଲି ଅଭିଯୋଗ ହୋଇଛି । ଯାହାର ଜ୍ୱଳନ୍ତ ଉଦାହରଣ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ବୋଦାପୁଟ ପଂଚାୟତ କେ-ମାଳିଗୁଡା ଠାରେ ଦେଖିବାକୁ ମିଳିଛି। କେ-ମାଳିଗୁଡା ଗ୍ରାମବାସୀଙ୍କ ଦୁଃଖ ପାଲଟିଛି ଭଙ୍ଗା ଡ୍ୟାମ କ୍ଷ ଗତ ବର୍ଷ ଲଗାଣ ବର୍ଷାରେ କେ ମାଳିଗୁଡା ଡ୍ୟାମ ଗେଟ ସମ୍ପୂର୍ଣ୍ଣ ଭାଙ୍ଗିଛି । ଗାଁ ଲୋକେ ବାରମ୍ବାର ମରାମତି ଦାବୀ କଲେ ବି କେହି କର୍ଣ୍ଣପାତ କରୁନଥିବା ଜଣାପଡିଛି । ଏହି ଗାଁ ରେ ପ୍ରାୟ ଏକ ଶହ କୁଡିଏ ପରିବାର ବସବାସ କରନ୍ତି । ସମସ୍ତେ ହେଉଛନ୍ତି ମାଳି ସମ୍ପ୍ରଦାୟ ଲୋକ । ଏମାମଙ୍କ ମୁଖ୍ୟ ଜୀବିକା ହେଲା ପରିବା ଚାଷ କ୍ଷ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ,ଏହି ପ୍ରୋଜେକ୍ଟର ରକ୍ଷଣାବେକ୍ଷଣ ଅଭାବରୁ ବ୍ୟାପକ ନଷ୍ଟ ହୋଇଛି । ଗତ କୋଡିଏ ବର୍ଷ ତଳେ ଏହି ଡ୍ୟାମ ମରାମତି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ବୋଦାପୁଟ ପଂଚାୟତର କେ ମାଳିଗୁଡା ସମତ ଆଖ ପାଖ ୬ ଖଣ୍ଡ ଗାଁ କୁସପାର, ଚିକିମା, କୁରୁକୁଟି, ରାଉଲିଗୁଡା, ରାଉତଗୁଡା ଭଳି ବିଭିନ୍ନ ଗାଁ ଜମିରେ ଜଳ ସେଚିତ ହୋଇଥାଏ । କିନ୍ତୁ ଡ୍ୟାମ ଭାଙ୍ଗିବା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଅଂଚଳ ବାସି । ଏହି ସ୍ଥାନରେ ସ୍ଥାୟୀ ପ୍ରତିକାର ପାଇଁ ଚାଷୀମାନେ ଦାବି କରିଛନ୍ତି। ସମସ୍ୟା ସମାଧାନ ନ ହେଲେ ଆନ୍ଦାଳନ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
..............
ହିନ୍ଦୁସ୍ଥାନ ସମାଚାର / ପିକେପି