
ଭଦ୍ରକ, ୩୦ ଅଗଷ୍ଟ (ହି.ସ.) - ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥର ଅର୍ଣ୍ଣପାଳ ଠାରେ ଏକ କୁକୁଡ଼ା ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ଅସୁରାଳି ଆଡୁ ଭଦ୍ରକକୁ କୁକୁଡ଼ା ନେଇ ଯାଉଥିବା ଏକ ପିକଅପ(ନଂ-ଓଆର-୨୨ସି-୬୮୫୮) ଅର୍ଣ୍ଣପାଳ ଛକ ନିକଟରେ ରାସ୍ତା ଉପକୁ ଷଣ୍ଢ ଆସିଯିବା ଯୋଗୁଁ ଭାରସାମ୍ୟ ହରାଇ ନୟନଜୋରିକୁ ଓଲଟି ପଡିଥିଲା।ଏଥି ଯୋଗୁଁ ଶତାଧିକ କୁକୁଡ଼ାଙ୍କର ମୃତ୍ୟୁ ହୋଇଥିଲା।ଗୁଜିଦରଡ଼ା ଫାଣ୍ଡି ପୁଲିସ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ପିକଅପକୁ ଉଠାଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ