
ସମ୍ବଲପୁର, ୩୦, ଅଗଷ୍ଟ (ହି.ସ.) - ସମାଜ ପ୍ରତି ଅବଦାନ ଦେଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଆଜି କୁଲତା ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାନିପାଲିସ୍ଥିତ ରାମଚଣ୍ଡୀ ସେବା ସଦନ ପରିସରରେ କୁଲତା ସମାଜର ଉପସଭାପତି ଦେବୋତମ ପ୍ରଧାନଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦେବୀ ପ୍ରସାଦ ଭୋଇ ସଂଯୋଜନା କରିଥିବା ବେଳେ ଶ୍ରଦ୍ଧାଞ୍ଜଳି କର୍ଯ୍ୟକ୍ରମରେ ପ୍ରଫେସର ପ୍ରହଲ୍ଲାଦ ପ୍ରଧାନ, ଗୁରୁ ଶ୍ରୀଧର ପ୍ରଧାନ, ପୁର୍ବତନ ସମ୍ବଲପୁର ସାଂସଦ ଡାକ୍ତର କୃପାସିନ୍ଧୁ ଭୋଇ, ବରଗଡର ପୁର୍ବତନ ବିଧାୟକ ଯଦୁମଣି ପ୍ରଧାନ ଏବଂ ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ବିପିନ ବିହାରୀ ପ୍ରଧାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସେମାନଙ୍କର ସ୍ମୁତିଚାରଣ କରାଯାଇଥିଲା। ଏହି ଅବସରରେ କୁଲତା ସମାଜର ସାଧାରଣ ସମ୍ପାଦକ ରଞ୍ଜନ ପାତ୍ର ପୁର୍ବତନ ସମ୍ବଲପୁର ସାଂସଦ ଡାକ୍ତର କୃପାସିନ୍ଧୁ ଭୋଇଙ୍କ ସ୍ମୁତିଚାରଣ କରିବା ସହ ସେ ଅଂଚଳ ପାଇଁ ନେତୃତ୍ୱ ନେଇ ଗରୀବ ଜନସାଧାରଣଙ୍କ ସୁଖ ଦୁଖରେ ସବୁବେଳେ ଛିଡା ହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ବୋଲି କହିଥିଲେ । ଦିଲ୍ଳୀରେ ଚିକିତ୍ସା କାର?୍ୟ୍ୟରେ ଲୋକଙ୍କୁ ସେବା ଦେବା ସହ କରିଥିବା ବିଭିନ୍ନ ସାହାଯ୍ୟ ସହଯୋଗ କରି ସମସ୍ତଙ୍କ୍ ପ୍ରୀୟଭାଜନ ହୋଇପାରିଥିଲେ ବୋଲି ଶ୍ରୀ ପାତ୍ର କହିଥିଲେ । କୁଲତା ସମାଜର ଉପସଭାପତି ଦେବୋତମ ପ୍ରଧାନ ସ୍ୱର୍ଗୀୟ ବିପିନ ବିହାରୀ ପ୍ରଧାନଙ୍କ ସ୍ମୁତିଚାରଣ କରିବା ସହ ଅତାବିରାରେ ଶିକ୍ଷକତା ପରେ କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ ବିଷୟରେ ସୁଚନା ଦେଇଥିଲେ । ଏହାସହ କୁଲତା ଜାତିର ବିଭିନ୍ନ ସଂଗଠନ ସହ କୁଲତା ଜାତି ମହା ସଭାର ମଧ୍ୟ ପରି ଚାଳନା କରିଥିବା ବିଷୟରେ ସୁଚନା ଦେଇଥିଲେ । ବୁର୍ଲାରେ ଧର୍ମଶାଳା ସ୍ଥାପନ, ସମ୍ବଲପୁର ସେବା ସଦନ ଏବଂ ଅତାବିରା ରାମଚଣ୍ଡୀ ମନ୍ଦିର ର୍ନିମାଣ ରେ ତାଙ୍କର ଅବଦାନ ବିଷୟରେ ସୁଚନା ଦେଇ ତାଙ୍କୁ ଶ୍ରଦ୍ଧାସୁମନ ଉପସ୍ଥପନ କରିଥିଲେ । ବରଗଡର ପୂର୍ବତନ ବିଧାୟକ ସ୍ୱର୍ଗୀୟ ଯଦୁମଣି ପ୍ରଧାନଙ୍କ ସମ୍ପର୍କରେ ଜଟା ଭୂଷଣ ସାହୁ ଅବତାରଣା କରି କରିବା ପରେ ବିଶିଷ୍ଟ ବ୍ୟକ୍ତିଙ୍କୁ ଶ୍ରୁଦ୍ଧାସୁମନ ଅର୍ପଣ କରିବା ସହ ବିଧାୟକ ଏବଂ ବରଗଡ ନଗରପାଳ ଭାବେ କରିଥିବା କାର୍ଯ୍ୟକ୍ରମ ବିଷୟରେ ସୁଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଭକ୍ତବନ୍ଧୁ ପ୍ରଧାନ ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ସଂସ୍କୃତ , ପାଲି ଆଦି ୧୪ ଟି ଭାଷା ଉପରେ ଜ୍ଞାନ ସହ ତାଙ୍କର ଗବେଷଣା ସାରା ଭାରତରେ ସ୍ୱତନ୍ତ୍ର ଥିଲା ବୋଲି କହିଥିଲେ। ଏହାସହ ପୁର୍ବତନ ସମ୍ବଲପୁର ସାଂସଦ ଡାକ୍ତର କୃପାସିନ୍ଧୁ ଭୋଇଙ୍କ ସ୍ମୁତିଚାରଣ କରିବା ସହ ସେ ଅଂଚଳ ପାଇଁ ନେତୃତ୍ୱ ନେଇ ଗରୀବ ଜନସାଧାରଣଙ୍କ ସୁଖ ଦୁଖରେ ସବୁବେଳେ ଛିଡା ହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟୀ କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଦିଲ୍ଳୀରେ ଚିକିତ୍ସା କାର୍ଯ୍ୟରେ ଅଂଚଳର ଲୋକଙ୍କୁ ବିଭିନ୍ନ ହିସାବରେ ସହଯୋଗ କରି ସମସ୍ତଙ୍କ ପ୍ରୀୟଭାଜନ ହୋଇପାରିଥିଲେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁଲତା ସମାଜ ର ସଦସ୍ୟ ମାନେ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। କାର୍ଯ୍ୟକ୍ରମରେ ଅଭିରାମ ଖମାରୀ, ସରୋଜ ପ୍ରଧାନ, ଅକ୍ଷୟ ପ୍ରଧାନ, ଦେବଦତ ସାହୁ, ଆନନ୍ଦ ପ୍ରଧାନ, ମୂରଲୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ