
ଭଦ୍ରକ, ୩୦ ଅଗଷ୍ଟ (ହି.ସ.) - ବୈତରଣୀ ଓ ସାଳନ୍ଦୀ ନଦୀରେ ଆସିଥିବା ୪ଥର ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର, ଓଳଗ, ନାନ୍ଦପୁର, ଆରଡି ୪ଟି ପଓଠାୟତର ୨୪ ଗାଁ। ଏହି ପଂଚାୟତର ହଜାରହଜାର ବିପନ୍ନଙ୍କ ପାଇଁ ଆସିଥିବା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫି ପାଣ୍ଠି ଜରୀଆରେ ବିଭିନ୍ନ ସଂସ୍ଥା ପକ୍ଷରୁ ରିଲିଫ ସାମଗ୍ରୀକୁ ଦୀର୍ଘଦିନ ଧରି ଏକ ନିର୍ଦ୍ଦିଷ୍ଟ ଦଳୀୟ କାର୍ଯ୍ୟାଳୟରେ ରଖାଯିବା ପରେ ଅର୍ଦ୍ଧାଧିକ ଭାଗ ରିଲିଫି ସାମଗ୍ରୀକୁ ହଡ଼ପ କରାଯିବା ସହ ବିକ୍ରି କରିିବା ପରେ ଆଜି ବିପନ୍ନଙ୍କୁ କେବଳ ଅଟା ଓ ସୁଜି ବଂଟନ କରାଯାଉଥିବା ଅଭିଯୋଗ କରି କିଛି ବିପନ୍ନ ରିଲିଫି ସାମଗ୍ରୀ ଫେରାଇ ଦେଇଥିଲେ। ଏପରିକି ବିପନ୍ନମାନଙ୍କ କହିବା ଅନୁଯାୟୀ ରିଲିଫି ପାଇଁ ଆସିଥିବା ଅଟା, ଚିନି, ଚୁଡା, ବିସ୍କୁଟ, ସୁଜି, ତେଲ, ଆଳୁ ଆଦି ବିଭିନ୍ନ ମସଲା କୁଆଡେ ଗଲା । ଆମକୁ କେବଳ ଏକ କିଲୋ ଅଟା ଓ ସୁଜି ପାଂଚଶହ ଗ୍ରାମ ଦେଇ ଫଟୋ ଓ ଦସ୍ତଖତ ନେଉଛନ୍ତି । ଏପରି ଅଭିଯୋଗ କରି ସୁନ୍ଦରପୁର ପଂଚାୟତ ଦୋହରା ଗାଁର ଶହଶହ ବିପନ୍ନ ରିଲିଫି ସାମଗ୍ରୀ ଫେରାଇ ଦେଇଥିଲେ। ଏପରିକି ଆସିଥିବା ସମସ୍ତ ରିଲିଫି ସାମଗ୍ରୀ ଯଦି ବିପନ୍ନଙ୍କୁ ନଦିଆଯାଏ ତାହାଲେ ଭଦ୍ରକ- ଆଖଣ୍ଡଳମଣି ରାଜପଥରେ ବସି ରହିବେ ବୋଲି ବିପନ୍ନମାନେ କହିଛନ୍ତି। ଏପରିକି ଆସିଥିବା ରିଲିଫି ସାମଗ୍ରୀ ଦଳିଭିତିକ ଭାବେ କିଛି ଲୋକଙ୍କୁ ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଦିଆନଯିବା ସ୍ଥାନୀୟ ଲୋକପ୍ରତିଧିଙ୍କୁ ଅନ୍ଧାରରୁ ରଖାଯିବା ଆଦି ସନ୍ଦେହ ଘେରକୁ ଆସୁଛି ବୋଲି ସରପଂଚ ଅଭିମନ୍ୟୁ ଜେନାଙ୍କ ସହ ଗାଁର ମୁରବୀ ଓ ମହିଳାମାନେ ଅଭିଯୋଗ ଆଣିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ