ବାସୁଦେବପୁର ନିରଘାଟ କେଲୁଅ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଧର୍ମଶାଳା, ୩୦ ଅଗଷ୍ଟ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ଦେଓଦା ପଂଚାୟତ ଅନ୍ତର୍ଗତ ବାସୁଦେବପୁର ନିରଘାଟ ଠାରେ ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଏକ ଅଜଣା ଯୁବକର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ଲୋକେ ଧର୍ମଶାଳା ଥାନାକୁ ଖବର ଦେଇଥିଲେ । ପୁଲିସ ଓଡ୍ର
ବାସୁଦେବପୁର ନିରଘାଟ କେଲୁଅ ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର


ଧର୍ମଶାଳା, ୩୦ ଅଗଷ୍ଟ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ଦେଓଦା ପଂଚାୟତ ଅନ୍ତର୍ଗତ ବାସୁଦେବପୁର ନିରଘାଟ ଠାରେ ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଏକ ଅଜଣା ଯୁବକର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ଲୋକେ ଧର୍ମଶାଳା ଥାନାକୁ ଖବର ଦେଇଥିଲେ । ପୁଲିସ ଓଡ୍ରାଫ ଟିମ୍ ସହାୟତରେ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଚଳିତ ମାସ ୨୫ ତାରିଖରେ ଜେନାପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ଅଂଚଳର ଜଣେ ଯୁବକ ବ୍ରାହ୍ମଣୀ ନଦୀରେ ବୁଡି ନିଖୋଜ ଥିଲେ । ତେବେ ଏହି ଖବର ପାଇ ପରିବାର ଲୋକେ ବାସୁଦେବପୁର ଅଂଚଳରେ ପଂହଚିବା ପରେ ଶବକୁ ଚିହ୍ନଟ କରିଥିଲେ । ଏହି ମୃତଦେହଟି ଜେନାପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମ ବରାଳସାହିର ବିଜୟ ଦଳେଇଙ୍କ ପୁଅ ପ୍ରତାପ(୨୨) ବୋଲି ଜଣାପଡିଥିଲା । ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିବା ଜଣାପଡିଛି ।

ସୂଚନା ଥାଉକି, ଶୁକ୍ରବାର ଦିନ ବ୍ରହ୍ମପୁର ବରାଳ ସାହି ଅଂଚଳର ବିଜୟ ଦଳେଇଙ୍କ ପୁଅ ପ୍ରତାପ(୨୨), ଜୟରାମ ଦଳେଇଙ୍କ ପୁଅ ଶାନ୍ତନୁ(୨୦) ଓ ଅମୂଲ୍ୟ ଦଳେଇଙ୍କ ପୁଅ ସିଦ୍ଧାନ୍ତ(୨୩) ବ୍ରହ୍ମପୁର ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଇବା ସମୟରେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଶାନ୍ତନୁ ଓ ସିଦ୍ଧାନ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପ୍ରତାପ ନିଖୋଜ ଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ତେବେ ଆଜି ବ୍ରାହ୍ମଣୀ ଶାଖା କେଲୁଅ ନଦୀରୁ ପ୍ରତାପଙ୍କର ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande