ଜାତୀୟ କ୍ରୀଡ଼ା ଦିବସ ଉଦ୍ଯାପିତ
କେନ୍ଦ୍ରାପଡ଼ା, ୩୦ ଅଗଷ୍ଟ(ହି.ସ.) – ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ(କ୍ରୀଡ଼ା ବିଭାଗ) ପକ୍ଷରୁ ‘ଖେଳିବ ଭାରତ, ଜିତିବ ଭାରତ’ ବାର୍ତାକୁ ନେଇ ଗତ ୨୮ ଅଗଷ୍ଟରୁ ଆରମ୍ଭ ହୋଇଥିବା ଜାତୀୟ କ୍ରୀଡ଼ା ଦିବସ ପାଳନ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହୋଇଯାଇଛି। ଏହି ଅବସ
ଜାତୀୟ କ୍ରୀଡ଼ା ଦିବସ ଉଦ୍ୟାପିତ


କେନ୍ଦ୍ରାପଡ଼ା, ୩୦ ଅଗଷ୍ଟ(ହି.ସ.) – ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ(କ୍ରୀଡ଼ା ବିଭାଗ) ପକ୍ଷରୁ ‘ଖେଳିବ ଭାରତ, ଜିତିବ ଭାରତ’ ବାର୍ତାକୁ ନେଇ ଗତ ୨୮ ଅଗଷ୍ଟରୁ ଆରମ୍ଭ ହୋଇଥିବା ଜାତୀୟ କ୍ରୀଡ଼ା ଦିବସ ପାଳନ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର୍. ଆୟର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେ କ୍ରୀଡ଼ାର ଗୁରୁତ୍ୱ, ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ତଥା ସୁସ୍ଥ, ସକ୍ରିୟ ଓ ଶୃଙ୍ଖଳିତ ସମାଜ ଗଠନରେ କ୍ରୀଡ଼ାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥିମାନେ ଜାତୀୟ କ୍ରୀଡ଼ା ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ୱ ବିଷୟରେ ମତବ୍ୟକ୍ତ କରିବା ସହ କ୍ରୀଡ଼ାବିତ୍ମାନଙ୍କୁ ଆଗାମୀ ଦିନରେ ଆହୁରି ଉତ୍ସାହର ସହ କ୍ରୀଡ଼ା କ୍ଷେତ୍ରରେ ଆଗେଇବାକୁ ପ୍ରେରଣା ଦେଇଥିଲେ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ଏକ ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ପ୍ରବଳ ବର୍ଷା ଯୋଗୁଁ ଏହି ଶୋଭାଯାତ୍ରାକୁ ବାତିଲ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ସୟଦ ଆକମଲ ଅଲ୍ଲୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କ୍ରୀଡ଼ା ସଂଗଠନର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ୍ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଟୁଲୁ ମଲ୍ଲିକ, ସୌକତ ଖାନ, ଅଭିମନ୍ୟୁ ଗୋଛାୟତ ଓ ସଞ୍ଜୟ ମଥାନ ପ୍ରମୁଖ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande