
ବଲାଙ୍ଗୀର, ୩୦ ଅଗଷ୍ଟ(ହି.ସ.) – ଇଂଟାକ ବଲାଙ୍ଗୀର ଶାଖା ତରଫରୁ ତାରିଖ ୩୦ ଅଗଷ୍ଟ ଦିନ ସ୍ଥାନୀୟ ପିଏମ୍ ଶ୍ରୀ ପୃଥ୍ୱୀରାଜ ହାଇସ୍କୁଲ୍ ଠାରେ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଜାତୀୟ ହେରିଟେଜ କ୍ୱିଜ଼' ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବଲାଙ୍ଗୀରର ୯ଟି ସ୍କୁଲରୁ ୭୨ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଦୁଇଟି ରାଉଣ୍ଡରେ ଏହି ପ୍ରତିଯୋଗିତା ହୋଇଥିଲା। ପ୍ରଥମ ରାଉଣ୍ଡ ଲେଖା ଓ ଦ୍ୱିତୀୟ ରାଉଣ୍ଡ ମୌଖିକ ହୋଇଥିଲା। ଏଥିରେ ଇଂଟାକ ବଲାଙ୍ଗୀର ଶାଖାର ସଂଯୋଜକ ଡ. ଶିବ ପ୍ରସାଦ ନନ୍ଦ କ୍ୱିଜ ପରିଚାଳନା କରିଥିଲେ। ଶେଷରେ ପୁରସ୍କାର ବିତରଣ ଉତ୍ସବରେ ପିଏମ୍ ଶ୍ରୀ ପୃଥ୍ୱୀରାଜ ହାଇସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ମୁଖ୍ୟ ଅତିଥି, ଇଂଟାକ ବଲାଙ୍ଗୀର ଶାଖା ସଂଯୋଜକ ଡ. ଶିବ ପ୍ରସାଦ ନନ୍ଦ ସହିତ ସହ ସଂଯୋଜକ ଶଶୀଭୁଷଣ ପୁରୋହିତ ଓ ବରିଷ୍ଠ ସଭ୍ୟ ସନ୍ତୋଷ କୁମାର ରଥ ଅତିଥି ରୂପେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଶ୍ରେୟନ୍ସ ଅଗସ୍ତି ଓ ଶମ୍ଭୁ ପ୍ରସାଦ ସାଏ ପ୍ରଥମ ସ୍ଥାନ ଓ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦମୟନ୍ତୀ ଖୁଆସ ଓ ମାନସୀରାଣୀ ଦାସ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଦୁଇ ବିଜେତା ଦଳଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଟ୍ରଫି ଓ ପ୍ରମାଣ ପତ୍ରଦେଇ ପୁରସ୍କୃତ କରିଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ସାର୍ଟିଫିକେଟ ପ୍ରଦାନ କରାହେଲା। ଏହି ପ୍ରତିଯୋଗିତାରେ ବଲାଙ୍ଗୀରର ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲ, ମଂଟେଶୋରି ପବ୍ଲିକ ସ୍କୁଲ, ଆଇଡିଏମ୍ ପବ୍ଲିକ ସ୍କୁଲ, ପିପି ଏକାଡେମୀ, ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପିଏମ୍ଶ୍ରୀ ପୃଥ୍ୱୀରାଜ ହାଇସ୍କୁଲ, ବଲାଙ୍ଗୀର ପବ୍ଲିକ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଶେଷରେ ଇଂଟାକ ବଲାଙ୍ଗୀର ଶାଖାର ସହ ସଂଯୋଜକ ଶଶିଭୂଷଣ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଇଂଟାକର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ସଭା ସଂଯୋଜନା କରିଥିଲେ ଓ ଇଂଟାକର ଆଜୀବନ ସଭ୍ୟ ମହେଶ ପଟ୍ଟନାୟକ, ବିଜୟ ପାଣିଗ୍ରାହୀ, ସଂଜୀବ ନାଏକ, ସୁରେଶ ଯାଦବ ଓ ରିଙ୍କୁ ପାତ୍ର ଆୟୋଜନରେ ସହଯୋଗ କରିଥିଲେ। ଏଥିରେ ପ୍ରଥମ ହୋଇଥିବା ଗ୍ରୁପ୍ ଆସନ୍ତା ମାସରେ ଭୁବନେଶ୍ୱର ଠାରେ ହେବାକୁଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଇଂଟାକର ସଂଯୋଜକ ଶ୍ରୀ ନନ୍ଦ ସୂଚନା ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ