ତାସକେଣ୍ଟରେ ଏକ ସ୍ୱତନ୍ତ୍ର ଯୋଗ ଅଧିବେଶନରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ/ତାସକେଣ୍ଟ, ଅଗଷ୍ଟ 30 (ହି.ସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଉଜବେକିସ୍ତାନର ରାଜଧାନୀ ତାସକେଣ୍ଟରେ ଏକ ସ୍ୱତନ୍ତ୍ର ଯୋଗ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏଥିରେ ଉଜବେକିସ୍ତାନର 52 ଜଣ ଯୋଗ ଅଭ୍ୟାସକାରୀ ସାମିଲ ଥିଲେ। ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଚଳିତ
प्रधानमंत्री नरेन्द्र मोदी (फाइल फोटो)


ନୂଆଦିଲ୍ଲୀ/ତାସକେଣ୍ଟ, ଅଗଷ୍ଟ 30 (ହି.ସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଉଜବେକିସ୍ତାନର ରାଜଧାନୀ ତାସକେଣ୍ଟରେ ଏକ ସ୍ୱତନ୍ତ୍ର ଯୋଗ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏଥିରେ ଉଜବେକିସ୍ତାନର 52 ଜଣ ଯୋଗ ଅଭ୍ୟାସକାରୀ ସାମିଲ ଥିଲେ।

ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଚଳିତ ବର୍ଷ ପ୍ରାରମ୍ଭରେ ଉଜବେକିସ୍ତାନ ଅହମ୍ମଦାବାଦରେ ଆୟୋଜିତ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିଅନସିପରେ ଗର୍ବର ସହ ଅଂଶଗ୍ରହଣ କରିଥିଲା। କିଛି ପଦକ ବିଜେତା ମଧ୍ୟ ଆଜି ଉପସ୍ଥିତ ଥିଲେ। ସେମାନେ ଭାରତ ଏବଂ ଚାମ୍ପିଅନସିପର ମହାନ ସ୍ମୃତି ସହିତ ଫେରି ଆସିଛନ୍ତି। ଯୋଗକୁ ଲୋକପ୍ରିୟ କରିବା ଦିଗରେ ଉଜବେକିସ୍ତାନ ଯୋଗ ଫେଡେରେସନ୍ କରିଥିବା କାର୍ଯ୍ୟ ପାଇଁ ମୁଁ ପ୍ରଶଂସା କରୁଛି ।

ଏଠାରେ ସ୍ମରଣଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ସକାଳେ ଉଜବେକିସ୍ତାନ ଏବଂ କିର୍ଗିଜସ୍ତାନକୁ ଚାରି ଦିନିଆ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଉଜବେକିସ୍ତାନ ରାଷ୍ଟ୍ରପତି ଶଫକତ ମିର୍ଜିୟୋୟେଭଙ୍କ ସହ ବାଣିଜ୍ୟ ଏବଂ ନିବେଶ, ଡିଜିଟାଲ ସଂଯୋଗ, ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା କରିବେ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande