ପୁଲିସି ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ
ରାଉରକେଲା, ୩୦ ଅଗଷ୍ଟ (ହି.ସ.) - ୨୦ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡା ଥାନା ଏ ଏସ ଆଇ ମଦନ ମୋହନ ପ୍ରଧାନ ଓ ତାର ସହଯୋଗୀ କୁ ଭିଜିଲାନ୍ସ ବାନ୍ଧିଚି ବୋଲି ଆଜି ଏକ ବିବୃତି ରେ ଭିଜିଲାନ୍ସ କହିଛି । ଲହୁଣୀପଡା ଥାନା ବିଶେଷ କରି ବେଆଇନ ମଦ,ଟ୍ରକ କାରବାର ବ୍ୟକ୍ତି ମାନଙ
ପୁଲିସି ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ


ରାଉରକେଲା, ୩୦ ଅଗଷ୍ଟ (ହି.ସ.) - ୨୦ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡା ଥାନା ଏ ଏସ ଆଇ ମଦନ ମୋହନ ପ୍ରଧାନ ଓ ତାର ସହଯୋଗୀ କୁ ଭିଜିଲାନ୍ସ ବାନ୍ଧିଚି ବୋଲି ଆଜି ଏକ ବିବୃତି ରେ ଭିଜିଲାନ୍ସ କହିଛି । ଲହୁଣୀପଡା ଥାନା ବିଶେଷ କରି ବେଆଇନ ମଦ,ଟ୍ରକ କାରବାର ବ୍ୟକ୍ତି ମାନଙ୍କ ଠାରୁ ନିୟମିତ ପୁଲିସି ଜୁଲୁମ କରି ଟଙ୍କା ଆଦାୟ କରେ ବୋଲି ଅଭିଯୋଗ ହେଉଥିଲା । ଏହାକୁ ଥାନା ଅଧିକାରୀମାନେ ନମାନି ସେଥିରେ ସାମିଲ ରହୁଥିଲେ । ତେବେ ଗତକାଲି ଏହିଭଳି ଏକ କାରବାର କୁ ନେଇ ବିଳମ୍ବିତ ରାତିରେ ୨୦ହଜାର ନେବାକୁ ପୁଲିସ ତାଗିଦ କରିବାରୁ ଏହାକୁ ଭିଜିଲାନ୍ସ ଖବର ପାଇଥିଲା । ବାବୁ ପୁଲିସି ଅଫିସର ଓ ତାଙ୍କ ସହଯୋଗୀ ଟଙ୍କା ନେବା ବେଲେଜଗିରହିଥିବା ଭିଜିଲାନ୍ସ ତାଙ୍କୁ ଲାଂଚ ଟଙ୍କା ସହ ଧରିଥିଲା । ଏହିଖବର ପାଇ ସବୁ ଥାନା ଅଧିକାରୀ ଫେରାର ମାରିଥିଲେ । ପରେ ଭିଜିଲାନ୍ସ ଟିମ ଅଭିଯୁକ୍ତର ଅଫିସ,ସରକାରୀ ଘର, ନିଜ ଘର, ବ୍ୟାଙ୍କ ଆଦି ତଲାସୀ ଚଳାଇଛି ଓ ବହୁ ଅର୍ଥ ର ସନ୍ଧାନ ମିଳିଥିବା ଖବର ମିଳିଛି,ସମସ୍ତ ସମ୍ପତି ଆକଳନ ପରେ ଭିଜିଲାନ୍ସ ସୂଚନା ଦେବ ବୋଲି କୁହାଯାଇଛି । ତେବେ ଏହିଭଳି ଲାଂଚୁଆ ରାଉରକେଲା ର ଟାଙ୍ଗରପଲ୍ଲୀ, ପ୍ଲାଂଟ ସାଇଡ, ରଘୁ ନାଥ ପଲ୍ଲୀ ଓ ବ୍ରାହ୍ମଣୀ ତରଙ୍ଗରେ ଅନେକ ରହିଛନ୍ତି । ରାଜାଗଙ୍ଗାପୁର ଥାନାରୁ ରାଉରକେଲାରେ ଥିବା ଥାନା ଗୁଡିକର ବାବୁ ମାନଙ୍କର ରାସ୍ତା କଡ଼ ରେ କୋଟି କୋଟି ଟଙ୍କାର ସମ୍ପତି ରହିଛି ତେଣୁ ବାବୁ ମାନେ ଜିଲ୍ଲା ଛାଡି ଆଖ ପାଖରେ ବୁଲୁଛନ୍ତି ଓ ରାଉରକେଲା ରାଜାଗଙ୍ଗପୁର ଭଳି ଥାନା ଲାଗି ପ୍ରବଳ ଖର୍ଚ୍ଚ କରୁଛନ୍ତି । ଭିଜିଲାନ୍ସ ଏମାନଂକୁ ଦୃଷ୍ଟି ଦେବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande