ପ୍ରକୃତିର ଯତ୍ନ ଦ୍ଵାରା ପୃଥିବୀ ଚିରଦିନ ବାସୋପଯୋଗୀ ହୋଇପାରିବ
ପ୍ରକୃତିର ଯତ୍ନ ଦ୍ଵାରା ପୃଥିବୀ ଚିରଦିନ ବାସୋପଯୋଗୀ ହୋଇପାରିବ
ପ୍ରକୃତିର ଯତ୍ନ ଦ୍ଵାରା ପୃଥିବୀ ଚିରଦିନ ବାସୋପଯୋଗୀ  ହୋଇପାରିବ


ପ୍ରକୃତିର ଯତ୍ନ ଦ୍ଵାରା ପୃଥିବୀ ଚିରଦିନ ବାସୋପଯୋଗୀ  ହୋଇପାରିବ


ସମ୍ବଲପୁର, ୩୦, ଅଗଷ୍ଟ (ହି.ସ.) ସମ୍ବଲପୁରର ସାର୍ବଜନୀନ ଗ୍ରନ୍ଥାଗାର' ଆନୁକୂଲ୍ୟରେ ଆୟୋଜିତ ହେଉଥିବା

'ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି' ଶିବିରର ଆଜି ଅନୁଷ୍ଠିତ ବିଂଶତୀତମ କାର୍ଯ୍ୟକ୍ରମରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରାର୍ଥନା ପରେ ବିଶିଷ୍ଟ ଶିକ୍ଷାବିତ ଡ଼.ଗିରିଧାରୀ ହୋତା ଜ୍ୟାମିତି ସମ୍ପର୍କିତ କିଛି ସାଧାରଣ ଜ୍ଞାନ ଶିକ୍ଷା ଦେଇଥିଲେ । 'ଡ଼. ଏ.ପି.ଜେ ଅବଦୁଲ୍ କାଲାମ୍ - ଦି ମିସାଇଲ୍ ମେନ୍' ଙ୍କ ଜୀବନୀ ଶୀର୍ଷକ ଆଲୋଚନା କରି ସରକାରୀ ଉଚ୍ଚ ବିଦ୍ୟାଳୟ, ଯୁଯୁମୁରାର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା 'ଉଚ୍ଚ ହେବା ପାଇଁ ସ୍ବପ୍ନ ଦେଖ ଓ ତାକୁ ହାସଲ କରିବା ପାଇଁ ପ୍ରୟାସ ଜାରି ରଖ' ବୋଲି ପୂର୍ବତନ ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ନିଜ ଜୀବନରେ ବ୍ରତ କର ବୋଲି ଶିକ୍ଷାର୍ଥୀ ମାନଙ୍କୁ ବୁଝାଇଥିଲେ l

ଦ୍ବିତୀୟ ଅଧିବେଶନରେ ବିଜ୍ଞାନ ଓ କାରିଗରୀ ଶିକ୍ଷl ସମ୍ପର୍କିତ ଆଲୋଚନା କରି ହିଂଡାଲକୋର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ.ସୁଶାନ୍ତ କୁମାର ଗୁରୁ 'ପ୍ରକୃତିକୁ ଭଲ ପାଅ ଓ ତାର ଯତ୍ନ ନେଲେ ଏ ପୃଥିବୀ ଚିରଦିନ ବାସୋପଯୋଗୀ ହୋଇ ପାରିବ' ବୋଲି ଶିକ୍ଷlର୍ଥୀଙ୍କୁ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରଘୁନାଥ ମିଶ୍ର, ବର୍ଷିଆନ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ତଥା ପ୍ରଫେସର ସେବକ ତ୍ରିପlଠୀ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ-ସଂଯୋଜକ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande