ଛତିଶଗଡ଼ର ନାରାୟଣପୁରରେ ନକ୍ସଲ ଶିବିରରୁ ବିପୁଳ ପରିମାଣର ରାଇଫଲ୍, ବିଜିଏଲ୍ ସେଲ୍ ଓ ବିସ୍ଫୋରକ ଜବତ
ନାରାୟଣପୁର, ୩୦ ଅଗଷ୍ଟ (ହି.ସ.)- ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅଦନାର ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ରବିବାର ଦିନ ସୁରକ୍ଷା ବାହିନୀ ଭୂମିରେ ଲୁକ୍କାୟିତ ଅସ୍ତ୍ରଶସ୍ତ୍ରର ଏକ ବଡ଼ ନକ୍ସଲ ଭଣ୍ଡାର ଜବତ କରିଛନ୍ତି । ଜବତ ହୋଇଥିବା ବିସ୍ଫୋରକଗୁଡ଼ିକୁ ପ୍ଲାଷ୍ଟିକ୍ ଦ୍ୱାରା ଆଚ୍ଛାଦିତ କରି ଘନ ଜଙ୍ଗଲ ମ
ଛତିଶଗଡ଼ର ନାରାୟଣପୁରରେ ନକ୍ସଲ ଶିବିରରୁ ବିପୁଳ ପରିମାଣର ରାଇଫଲ୍, ବିଜିଏଲ୍ ସେଲ୍ ଓ ବିସ୍ଫୋରକ ଜବତ


ନାରାୟଣପୁର, ୩୦ ଅଗଷ୍ଟ (ହି.ସ.)- ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅଦନାର ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ରବିବାର ଦିନ ସୁରକ୍ଷା ବାହିନୀ ଭୂମିରେ ଲୁକ୍କାୟିତ ଅସ୍ତ୍ରଶସ୍ତ୍ରର ଏକ ବଡ଼ ନକ୍ସଲ ଭଣ୍ଡାର ଜବତ କରିଛନ୍ତି । ଜବତ ହୋଇଥିବା ବିସ୍ଫୋରକଗୁଡ଼ିକୁ ପ୍ଲାଷ୍ଟିକ୍ ଦ୍ୱାରା ଆଚ୍ଛାଦିତ କରି ଘନ ଜଙ୍ଗଲ ମଧ୍ୟରେ ରଖାଯାଇଥିଲା । ଜବତ ହୋଇଥିବା ନକ୍ସଲ ଭଣ୍ଡାରରେ ୧୦ଟି ରାଇଫଲ୍, ୨ଟି ଗ୍ରେନେଡ୍ ଲଂଚର, ୧୩ଟି ଜୀବନ୍ତ ବିଜିଏଲ୍ ସେଲ୍, ୧୬ଟି ଜୀବନ୍ତ କାଟ୍ରିଜ୍, ୨ କେଜି ବିସ୍ଫୋରକ ଏବଂ ୧ଟି ଟେଲିସ୍କୋପିକ୍ ସାଇଟ୍ ରହିଛି ।

ନାରାୟଣପୁର ଏସପି ସନ୍ଦୀପ କୁମାର ପଟେଲ ଏନେଇ ସୂଚନା ଦେବା ସହିତ କହିଛନ୍ତି ଯେ, ନକ୍ସଲ ଗତିବିଧିକୁ ସମାପ୍ତ କରିବାରେ ଉଲ୍ଲେଖନୀୟ ସଫଳତା ପରେ ଜଙ୍ଗଲରେ ଯେକୌଣସି ପ୍ରକାରର ପୁରୁଣା ଅସ୍ତ୍ରଶସ୍ତ୍ର ଡମ୍ପ ଏବଂ ବିସ୍ଫୋରକ ସାମଗ୍ରୀ ପାଇଁ ସୁରକ୍ଷା ବାହିନୀ ସତର୍କ ରହିଛି । ଦୀର୍ଘ ସମୟ ଧରି ଜଙ୍ଗଲ ଏବଂ ଦୁର୍ଗମ ଅଂଚଳରେ ନକ୍ସଲମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଖୋଜିବା ପାଇଁ ନିରନ୍ତର ଅଭିଯାନ ଚାଲିଛି । ସେ ସୂଚନା ଦେଇଥିଲେ ଯେ, ପୁରୁଣା ନକ୍ସଲ ଡମ୍ପ ଜବତ ଦ୍ୱାରା ଅଂଚଳରେ ରହିଥିବା ନକ୍ସଲ ଗତିବିଧିକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବାରେ ସହାୟକ ହେବ । ଏଥି ସହିତ ଜଙ୍ଗଲରେ ଲୁକ୍କାୟିତ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଯେପରି ଭବିଷ୍ୟତରେ କୌଣସି ସମ୍ଭାବ୍ୟ ବିପଦ ସୃଷ୍ଟି ନ କରେ ସେଥିପାଇଁ ସର୍ଚ୍ଚ ଅପରେସନ କ୍ରମାଗତ ଭାବରେ ଜାରି ରହିଛି ।

ନାରାୟଣପୁର ପୋଲିସ ଅଧୀକ୍ଷକ ପଟେଲ, ୧୨୯ତମ ବାଟାଲିୟନର ବି.ଏସ୍.ଏଫ୍. କମାଣ୍ଡାଂଟ ମୁକେଶ କୁମାରଙ୍କ ନିର୍ଦ୍ଦେଶରେ ଏବଂ ଅତିରିକ୍ତ ପୋଲିସ ଅଧୀକ୍ଷକ (ଅପରେସନ୍) ଅକ୍ଷୟ ସବଦ୍ରାଙ୍କ ମାର୍ଗଦର୍ଶନରେ ନାରାୟଣପୁର ପୋଲିସ ଏବଂ ୧୨୯ତମ ବାଟାଲିୟନ ବି.ଏସ୍.ଏଫ୍. ର ଏକ ମିଳିତ ଟିମ୍ ଅଦନାର ଅଂଚଳର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଏହି ସମୟରେ, ଅଦନାର ଗ୍ରାମର ଉତର-ପଶ୍ଚିମ ଦିଗରେ ଯବାନମାନେ ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲେ । ଏଥିରେ ସୁରକ୍ଷା ବଳକୁ ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ପୁରୁଣା ଡମ୍ପ ମିଳିଥିଲା । ଯବାନମାନେ ଡମ୍ପ ର ତଲାସୀ ନେବା ପରେ ସେଥିରୁ ଗୋଟିଏ .୩୦୩ ରାଇଫଲ୍, ୪ଟି .୩୧୫ ରାଇଫଲ୍, ୫ଟି ୧୨ ବୋର ରାଇଫଲ ମିଳିଥିଲା । ଏହା ବ୍ୟତୀତ ଦୁଇଟି ବ୍ୟାରେଲ ଗ୍ରେନେଡ୍ ଲଂଚର୍ ଏବଂ ଏକ ଟେଲିସ୍କୋପିକ୍ ସାଇଟ୍ ମଧ୍ୟ ମିଳିଥିଲା । ତଲାସୀ ସମୟରେ ୧୩ଟି ଜୀବନ୍ତ ବିଜିଏଲ ସେଲ୍, ୧୨ ବୋର୍ ର ୧୬ଟି କାଟ୍ରିଜ୍ ଏବଂ ପ୍ରାୟ ଦୁଇ କେଜି ବିସ୍ଫୋରକ ମଧ୍ୟ ଜବତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande