ଚାକିରୀ ଦେବା ନାମରେ ଠକେଇ ଅଭିଯୋଗ
ଡାକ୍ତରଖାନାରେ ଆଉଟସୋର୍ସିଂ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ଜୟପୁର,, 30 ଅଗଷ୍ଟ (ହି.ସ.) ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟସୋର୍ସିଂ ମାଧ୍ୟମରେ ଆଟେଣ୍ଡାଣ୍ଟ ଓ ଅନ୍ୟାନ୍ୟ ପଦବୀରେ ଚାକିରି ଯୋଗାଇ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି l ରବ
ଚାକିରୀ ଦେବା ନାମରେ ଠକେଇ ଅଭିଯୋଗ


ଡାକ୍ତରଖାନାରେ ଆଉଟସୋର୍ସିଂ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ

ଜୟପୁର,, 30 ଅଗଷ୍ଟ (ହି.ସ.)

ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟସୋର୍ସିଂ ମାଧ୍ୟମରେ ଆଟେଣ୍ଡାଣ୍ଟ ଓ ଅନ୍ୟାନ୍ୟ ପଦବୀରେ ଚାକିରି ଯୋଗାଇ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି l ରବିବାର ଜୟପୁର ସଦର ଥାନାରେ ଦ୍ବାରସ୍ଥ ହୋଇଛନ୍ତି ତିନି ଅଭିଯୋଗକାରୀ। ପ୍ରତିଶ୍ରୁତି ଦେଇ ଟଙ୍କା ନେବା ପରେ ନିଯୁକ୍ତି ନଦେଇ ଏକ ନକଲି ନିଯୁକ୍ତି ପତ୍ର ଧରାଇ ଦେଇଥିବା ନେଇ ପୀଡ଼ିତମାନେ କହିଛନ୍ତି।ସୂଚନା ଅନୁସାରେ, ଅଭିଯୁକ୍ତ ନିଜକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାକିରି କରୁଥିବା କହି ବିଶ୍ୱାସ ଜନ୍ମାଇଥିଲେ। ନାମକ ଏଜେନ୍ସି ମାଧ୍ୟମରେ ହସପିଟାଲରେ ଆଉଟସୋର୍ସିଂ ଚାକିରି କରାଇଦେବାକୁ କହି ପ୍ରଥମେ ଇନ୍ସୁରାନ୍ସ ଓ ଆଇ-କାର୍ଡ ବାବଦକୁ ଆବେଦନକାରୀଙ୍କଠାରୁ କିସ୍ତି ଆକାରରେ ୫୦୦୦ ଟଙ୍କା ଲେଖାଏଁ ନେଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କୁ ଚାକିରି ଦେବା ନାଁରେ ପାଖାପାଖି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅନଲାଇନ୍ ମାଧ୍ୟମରେ ହଡ଼ପ କରିଥିଲେ। ମାସ ମାସ ବିତିଯିବା ପରେ ବି ଚାକିରି ନମିଳିବାରୁ ଏବଂ ନକଲି ନିଯୁକ୍ତି ପତ୍ର ଧରାପଡ଼ିବାରୁ ପୀଡ଼ିତମାନେ ଟଙ୍କା ଫେରସ୍ତ ମାଗିଥିଲେ। ଅଭିଯୋଗକାରୀ ଦୀପକ କୁମାର ମହାନ୍ତି ଓ ତାଙ୍କ ସାଥୀଙ୍କ କହିବା ଅନୁଯାୟୀ, ଉକ୍ତ ଅଭିଯୁକ୍ତ ୨୦୨୪ ମସିହାରେ ବିସିଂପୁର ଅଞ୍ଚଳର ୭ରୁ ୮ ଜଣ ଲୋକଙ୍କୁ ଚାକିରି ଦେବା ନାଁରେ ପାଖାପାଖି ୧ ଲକ୍ଷ ୩୫ ହଜାର ଟଙ୍କା ଠକି ନେଇଥିବା ଜଣାଯାଇଛି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande