ଶ୍ରୀ କଲଚରାଲ ଏସୋସିଏସନ ର ୪୦ ତମ ପ୍ରତିଷ୍ଠା ଦିବସ
ଶ୍ରୀ କଲଚରାଲ ଏସୋସିଏସନ ର ୪୦ ତମ ପ୍ରତିଷ୍ଠା ଦିବସ
ଶ୍ରୀ କଲଚରାଲ ଏସୋସିଏସନ ର ୪୦ ତମ ପ୍ରତିଷ୍ଠା ଦିବସ


ଶ୍ରୀ କଲଚରାଲ ଏସୋସିଏସନ ର ୪୦ ତମ ପ୍ରତିଷ୍ଠା ଦିବସ


ସମ୍ବଲପୁର , ୩୦ ଅଗଷ୍ଟ (ହି.ସ.) ଓଡିଶା ସାଂସ୍କୃତିକ ସମାଜ ଭବନ ଠାରେ ଶ୍ରୀ କଲଚରାଲ ଆସୋସିଏସନର ୪୦ତମ ପ୍ରତିଷ୍ଠା ଦିବସ ପାଳିତ ହେଇଯାଇଛି l ପ୍ରଥମ ଅଧିବେଶନରେ ଆୟୋଜିତ ରେ ଗବେଷକ ଡ଼. ଶ୍ୟାମ ସୁନ୍ଦର ଧର, ଆଇ ଇଞ୍ଜିନିୟରିଂ ସୁଶାନ୍ତ କୁମାର ଗୁରୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l

ଗୁରୁ ରଣଜିତ ନାଗ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଳ୍ପୀ ରଣଜିତ ନାଗ, ନିର୍ଦ୍ଦେଶକ ତଥା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ର ସଦସ୍ୟ ରଞ୍ଜନ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ଅନୁଷ୍ଠାନ ର ସଭାପତି ସତ୍ୟ ରଞ୍ଜନ ବେହେରା ସଭାପତିତ୍ୱ କରିଥିଲେ l

ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ ଜାତୀୟ ସ୍ତରରେ ସମ୍ବଲପୁରୀ ନାଟକ ସମସ୍ୟା ଓ ସମାଧାନ ଶୀର୍ଷକ ଆଲୋଚନା ଚକ୍ର ରେ ଆଲୋଚକ ଭାବରେ ବିପିନ ବିହାରୀ ଦାଶ, ନାଟ୍ୟକାର ଓ ନିର୍ଦେଶକ ଶେଷଦେବ ଶତପଥୀ, ପ୍ରଦୀପ ପଣ୍ଡା, ନାଟ୍ୟ ସମାଲୋଚକ ଡ. ଅଖିଳ ବିଶ୍ୱାଳ ପ୍ରମୁଖ ଆଲୋଚକ ଭାବରେ ଯୋଗ ଦେଇଥିଲେ l ଉଭୟ ଅଧିବେଶନକୁ ସତ୍ୟ ନାରାୟଣ ସାହୁ ଓ ଆଶିଷ ସୋନାର ପରିଚାଳନା କରିଥିଲେ l

ଅନୁଷ୍ଠାନ ର ସୌମ୍ୟଜିତ ବଡ଼ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande