ଶ୍ରମଦାନରେ ସବୁଜ ଅଭିଯାନ, ତାଳମୁଣ୍ଡାରେ ରୋପଣ ହେଲା ୬୦୦ରୁ ଊର୍ଦ୍ଧ୍ଵ ଚାରା
Villagers do plantation in talmunda
ତାଳମୁଣ୍ଡାରେ ରୋପଣ ହେଲା ୬୦୦ରୁ ଊର୍ଦ୍ଧ୍ୱ ଚାରା


ଝାରସୁଗୁଡ଼ା, ୩୦ ଅଗଷ୍ଟ (ହି.ସ.)- ପରିବେଶ ସୁରକ୍ଷା ଓ ସବୁଜ ଆବରଣ ବୃଦ୍ଧି ଲକ୍ଷ୍ୟରେ ତାଳମୁଣ୍ଡା ବନ ସୁରକ୍ଷା ସମିତି ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଅଧୀନରେ ଝାରସୁଗୁଡ଼ା ବନଖଣ୍ଡର ବାଗଡ଼ିହି ବନାଞ୍ଚଳସ୍ଥିତ ତାଳମୁଣ୍ଡାରେ ରବିବାର ସମିତିର ସଦସ୍ୟ ଓ ସଦସ୍ୟାମାନେ ସ୍ୱଇଚ୍ଛାରେ ଶ୍ରମଦାନ କରି ୬୦୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ବୃକ୍ଷ ଚାରା ରୋପଣ କରିଛନ୍ତି।

ତାଳମୁଣ୍ଡା ଖେଳପଡ଼ିଆ ନିକଟସ୍ଥ ଖାଲି ସ୍ଥାନରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେବଳ ଚାରା ରୋପଣ ନୁହେଁ, ରୋପିତ ଚାରାଗୁଡ଼ିକର ନିୟମିତ ଯତ୍ନ ଓ ସୁରକ୍ଷା ନେବା ପାଇଁ ମଧ୍ୟ ସମିତିର ସଦସ୍ୟମାନେ ସଂକଳ୍ପ ନେଇଛନ୍ତି। ସମିତିର ଏହି ସାମୂହିକ ପ୍ରୟାସ ଫଳରେ ଅଞ୍ଚଳରେ ସବୁଜ ଆବରଣ ବୃଦ୍ଧି ପାଇବା ସହ ପରିବେଶ ସୁରକ୍ଷା ଓ ଜୈବବିବିଧତା ସଂରକ୍ଷଣ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ନିଆଯାଇଛି। ତାଳମୁଣ୍ଡା ବନ ସୁରକ୍ଷା ସମିତିର ଏହି ପ୍ରୟାସ ଅନ୍ୟ ବନ ସୁରକ୍ଷା ସମିତିଗୁଡ଼ିକ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛି।

କାର୍ଯ୍ୟକ୍ରମରେ ବାଗଡ଼ିହି ବନାଞ୍ଚଳର ଟିମ୍ ଲିଡର ଚୁଡ଼ାମଣି ବେହେରା, ସଦସ୍ୟା ସମ୍ପାଦକ ସଙ୍ଗୀତା ନାଏକ, ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ତଥା ସମିତିର କୋଷାଧ୍ୟକ୍ଷ ରୂପେଶ ଅଗ୍ରୱାଲ, ସଭାପତି ରାମପ୍ରସାଦ ଭଇଁସା, ଆନିମେଟର ନରେନ୍ଦ୍ର ଖଡ଼ିଆ, ତାଳମୁଣ୍ଡା ଗାଉଁଟିଆ ଅଜୟ କୁମାର ପଟେଲ, ଖୁଜାର ପଟେଲ, ମନ୍ଦାକିନି ଗରଡ଼ିଆ ଓ ଶାମୁକା ପସାୟତଙ୍କ ସମେତ ସମିତିର ବହୁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ଶ୍ରମଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande