
କେନ୍ଦ୍ରାପଡ଼ା, ୩୦ ଅଗଷ୍ଟ(ହି.ସ.) – ମାର୍ଶାଘାଇ ଡାକବଙ୍ଗଳା ପରିସରରେ ଗୁରୁବାର ମହିଳାସଂଘ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ନାରୀନେତ୍ରୀ ତଥା କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସାଧାରଣ ସମ୍ପାଦିକା ପ୍ରତିମା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଡ଼ ଦୁର୍ଗାପ୍ରସନ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ବ୍ଲକ ମିଶନଶକ୍ତିର ସଦସ୍ୟା, ଏମ୍ବିକେ, ସିଆର୍ପିଙ୍କ ସମେତ ଶତାଧିକ ମହିଳା ଯୋଗଦେଇ ବିଧାୟକଙ୍କୁ ରାକ୍ଷୀ ବାନ୍ଧିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା କୈବର୍ତ ମହାସଭା ସଭାପତି ରଞ୍ଜନ କୁମାର ବେହେରା, ଜିଲ୍ଲା ବିଜେପି ସଂପାଦକ ପ୍ରଶାନ୍ତ କୁମାର ସେଠୀ, ମାର୍ଶାଘାଇ ମଣ୍ଡଳ ବିଜେପି ସଭାପତି ରଶ୍ମିରଂଜନ ରାଉତରାୟ ପ୍ରମୁଖ ମଂଚାସିନ ଥିଲେ। କାର୍ଯ୍ୟକ୍ରମରେ ବଡ଼କୁଳ ସରପଂଚ ପ୍ରଜ୍ଞାପରମିତା କର, ସରସ୍ୱତୀ ବେହେରା, ସସ୍ମିତା ଦାସ, ସସ୍ମିତା ଲେଙ୍କା, ମାନସୀ ମନ୍ତ୍ରୀ, ସରୋଜିନୀ ସ୍ୱାଇଁ, ମଧୁସ୍ମିତା ଖୁଂଟିଆ, ମମତା ନାୟକଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ। ମାର୍ଶାଘାଇ ପୂର୍ବତନ ସରପଂଚ ରଶ୍ମିରଂଜନ ଦାସ, କୁହୁଡ଼ି ପୂର୍ବତନ ସରପଂଚ ରାଜୀବ ପୃଷ୍ଟି, ମଣ୍ଡଳ ବିଜେପି ସମ୍ପାଦକ ପ୍ରଦୀପ ବେହେରା, ଜମ୍ବୁ ମଣ୍ଡଳ ବିଜେପି ସଭାପତି ପବିତ୍ର ଚୌଧୁରୀ, ଇଂ ଚନ୍ଦ୍ରକାନ୍ତ ସ୍ୱାଇଁ, ଦଶିପୁର ପୂର୍ବତନ ସମିତିସଭ୍ୟ ଗୋପୀନାଥ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି