
ବଲାଙ୍ଗିର, 30 ଅଗଷ୍ଟ (ହି.ସ.)
ବ୍ଲକ୍ ଅଧ୍ୟକ୍ଷଙ୍କ ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ପରିବାର ଲୋକେ
୩୦ ଲକ୍ଷ୍ୟ ଟଙ୍କା କ୍ଷତପୂରଣ ଦାବୀ ରେ
ବରଗଡ଼ ବୋରିଗୁମା ରାସ୍ତା ଅବରୋଧ କରିଚନ୍ତି ପରିବାର ଓ ବିଭିନ୍ନ ଲୋକେ।
ଘଟଣା ଏବେ ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନଙ୍କ ଇନୋଭା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ମୃତ ଯୁବକ ଜଣକ ସାଉଁନ୍ତପୁର ଗାଁର ରଘୁପତି ନନ୍ଦ (୨୫) ବୋଲି ଜଣାପଡିଛି । ରଘୁପତି ଜଣେ ପ୍ରାଇଭେଟ୍ ବ୍ୟାଙ୍କରେ କାମ କରୁଥିବା ବେଳେ ସେ ସୋନପୁରରୁ ସାଉଁନ୍ତପୁରକୁ ଫେରୁଥିଲେ । ଏହି ସମୟରେ ପୁଇଁନ୍ତଲା ବ୍ଲକ୍ ଅଧ୍ୟକ୍ଷ ସରୋଜ ପ୍ରଧାନଙ୍କ ଗାଡ଼ି ଆସି ଧକ୍କା ଦେଇଥିଲା । ତାଙ୍କ ଗାଡ଼ି ଦ୍ରୁତ ଗତିରେ ଥିବାରୁ ରଘୁପତିଙ୍କ ଜୀବନ ଚାଲି ଯାଇଥିଲା । ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ ତରଭା ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଥିଲା । ଡାକ୍ତର ରଘୁପତିଙ୍କୁ ମୃତ ଘୋଷଣା କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଯିବ ବୋଲି ସୂଚନା ରହିଛି । ଏପଟେ ପରିବାର ଲୋକେ ୩୦ ଲକ୍ଷ କ୍ଷତି ପୂରଣ ଦାବି କରିଥିବା ବେଳେ ବ୍ଲକ୍ ଅଧ୍ୟକ୍ଷଙ୍କ ଉପରେ କୋଠାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ