ଘରୋଇ ଗ୍ୟାସ୍ର ବ୍ୟବହାର ହୋଟେଲ ଓ ଜଳଖିଆ ଦୋକାନରେ ବଢ଼ୁଛି
ଜୟପୁର, ୩୦ ଅଗଷ୍ଟ(ହି.ସ.) – ରାଜ୍ୟରେ ରନ୍ଧନ ଗ୍ୟାସର ଘୋର ଅଭାବ ଯୋଗୁ ସାଧାରଣ ଉପଭୋକ୍ତମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଅପରପକ୍ଷରେ କୋରାପୁଟ ଜିଲ୍ଲା ଜୟପୁର, ବୈପାରିଗୁଡ଼ା ସେମିଳିଗୁଡ଼ା, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ସହର ବଜାରର ରାସ୍ତାକଡ଼ରେ ଥିବା ଉଠା ଜଳଖିଆ ଦୋକାନ, ହୋଟେଲ୍, ବିବାହ
ଘରୋଇ ଗ୍ୟାସ୍ର ବ୍ୟବହାର ହୋଟେଲ୍ ଓ ଜଳଖିଆ ଦୋକାନରେ ବଢୁଛି


ଜୟପୁର, ୩୦ ଅଗଷ୍ଟ(ହି.ସ.) – ରାଜ୍ୟରେ ରନ୍ଧନ ଗ୍ୟାସର ଘୋର ଅଭାବ ଯୋଗୁ ସାଧାରଣ ଉପଭୋକ୍ତମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଅପରପକ୍ଷରେ କୋରାପୁଟ ଜିଲ୍ଲା ଜୟପୁର, ବୈପାରିଗୁଡ଼ା ସେମିଳିଗୁଡ଼ା, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ସହର ବଜାରର ରାସ୍ତାକଡ଼ରେ ଥିବା ଉଠା ଜଳଖିଆ ଦୋକାନ, ହୋଟେଲ୍, ବିବାହ ମଣ୍ଡପଗୁଡ଼ିକରେ ଘରୋଇ ଗ୍ୟାସ୍ ବ୍ୟାପକ ବ୍ୟବହାର କରଯାଉଛି। ଏଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ରାଜ୍ୟ ସରକାର ଗ୍ୟାସର କଳାବଜାରିକୁ ରୋକିବାରେ ବିଫଳ ହୋଇଛନ୍ତି। ସହର ଅଥବା ଗ୍ରାମାଂଚଳରେ ଥିବା ମଣ୍ଡପଗୁଡ଼ିକରେ ଏକାଧିକ ଘରୋଇ ଗ୍ୟାସ ସିଲିଣ୍ଡର ବିବାହ ଭୋଜିରେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି। ହେଲେ ଯୋଗାଣ ବିଭାଗ ଜାଣି ଅଜଣାର ରହୁଥିବା ଲକ୍ଷ୍ୟ କରାଯାଇଛି। ସାଧାରଣ ଲୋକ ହଇରାଣ ହେଉଥିଲାବେଳେ କାହା ସ୍ୱାର୍ଥରେ ଯୋଗାଣ ବିଭାଗ ବେଆଇନ ସିଲିଣ୍ଡର ବ୍ୟବହାର କରୁଥିବା ଉଠା ଜଳଖିଆ ଦୋକାନ, ହୋଟେଲ, ମଣ୍ଡପଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ପ୍ରଶ୍ନ ଉଠୁଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବା ସହ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଚଢ଼ାଉ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande