
ଜୟପୁର, ୩୦ ଅଗଷ୍ଟ (ହି.ସ.)-ନୂଆ ପିଢ଼ିଙ୍କୁ ନେଇ ଭୁବନେଶ୍ବର ପାଣିଗ୍ରାହୀ ସ୍ମୃତି ସଂସଦ ଦ୍ୱାରା ଏକ ସାହିତ୍ୟ କର୍ମଶାଳା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କୋରାପୁଟ, ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ଜାନକୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସମ୍ପାଦକ ଡ଼. ସୁଧାଂଶୁ ପଟନାୟକ ବାରିଷ୍ଠ ଶିଶୁ ସାହିତ୍ୟିକ ଶ୍ରୀମତୀ କୁମୁଦମାଳା ମହାନ୍ତି, ସମ୍ମାନୀତ ଅତିଥି ବିଶିଷ୍ଟ ଲେଖକ ଜଳଧର ସ୍ୱାଇଁ ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମି ସଦସ୍ୟ ସୁ ସାହିତ୍ୟିକ ଲଷ୍ମୀକାନ୍ତ ପାଢ଼ୀ ଏବଂ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କୋରାପୁଟ, ଜୟପୁର ଅନୁଷ୍ଠାନର ଅଧକ୍ଷା ଶ୍ରୀମତୀ ମମତା ଝୁଡିଆ ଉପସ୍ଥିତ ଥିଲେ। ମଞ୍ଚ ଆସୀନ ଅତିଥିଙ୍କ ଉପସ୍ଥିତିରେ କବିତା ଏବଂ ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। କବିତା କିପରି ଲେଖିବା, କେଉଁ କେଉଁ ଦିଗ ପ୍ରତି ଯତ୍ନବାନ ହେବା ଆବଶ୍ୟକ ଏବଂ କ'ଣ କଲେ ଜଣେ ଲେଖିବା ଆରମ୍ଭ କରିପାରିବ ତାହା ଉପରେ ଆଲୋଚନା କରାଯାଇ ପିଲାଙ୍କୁ କବିତା ଲେଖିବା ପାଇଁ ପ୍ରଶିକ୍ଷକ ମାନଙ୍କ ଦ୍ୱାରା କୁହାଯାଇଥିଲା। ଏହି ସାହିତ୍ୟ କର୍ମଶାଳା ସମ୍ମିଳନୀରେ ନବେରୁ ଉର୍ଦ୍ଧ୍ୱ ସାହିତ୍ୟିକ ଏବଂ ଛାତ୍ର ଉପସ୍ଥିତ ଥିଲେ। ମଞ୍ଚ ଆସୀନ ଅତିଥୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ଅସ୍ମିତା ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରବେଷଣ କରାଯାଇଥିଲା। ଏହି କବିତା କର୍ମଶାଳାରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସିନେଟ ମେମ୍ବର କରସୁଧା ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ ନଳିନୀ ରଞ୍ଜନ ମିଶ୍ର, ମଧୁସୂଦନ ମିଶ୍ର, କୃଷ୍ଣ ହୋତା, ବୁଲୁ ଷଡ଼ଙ୍ଗୀ, ତପନ ତ୍ରିପାଠୀ, ଅନଶ୍ଵୟା ସମନ୍ତରୟ, ସନ୍ଧ୍ୟାରାଣୀ ସାହୁ, ସୌଭାଗିନୀ ନନ୍ଦ, ସଂଯୁକ୍ତା ରାଉତ ଏବଂ ଅନ୍ୟାନ୍ୟ ସାହିତ୍ୟିକ ମାନେ ଉପସ୍ଥିତ ଥିଲେ। ସାହିତ୍ୟିକଙ୍କ ମହଲରେ ଏଭଳି କାର୍ଯ୍ୟକ୍ରମ ପାଇଁ ନୂତନ ପିଢ଼ି ସାହିତ୍ୟିକ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି