ସତର୍କ ସଙ୍କେତ ଉପରେ ବୈତରଣୀ
ଭଦ୍ରକ, ୩୦ ଅଗଷ୍ଟ (ହି.ସ.) - ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇ ସତର୍କସଙ୍କେତ ଟପିଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ନଦୀ ଆଖୁଆପଦାରେ ସତର୍କସଙ୍କେତ ସ୍ତର ୧୭.୮୩ମିଟର ଅତିକ୍ରମ କରି ୧୮.୦୧ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର ଘଣ୍ଟାପ୍ରତି ୧ ମି.ମି. ବେଗରେ ବୃଦ୍ଧି ପାଉଛି। ବ୍ଳକ ଅଞ୍ଚଳରେ ଗତ ୨
ସତର୍କ ସଙ୍କେତ ଉପରେ ବୈତରଣୀ


ଭଦ୍ରକ, ୩୦ ଅଗଷ୍ଟ (ହି.ସ.) - ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇ ସତର୍କସଙ୍କେତ ଟପିଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ନଦୀ ଆଖୁଆପଦାରେ ସତର୍କସଙ୍କେତ ସ୍ତର ୧୭.୮୩ମିଟର ଅତିକ୍ରମ କରି ୧୮.୦୧ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର ଘଣ୍ଟାପ୍ରତି ୧ ମି.ମି. ବେଗରେ ବୃଦ୍ଧି ପାଉଛି। ବ୍ଳକ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ମି.ମି. ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ୨୧.୦ ମି.ମି., ସ୍ୱାମୀପାଟଣାରେ୨୮.୮ ମି.ମି., କେଉଁଝରରେ ୧୨.୪ମି.ମି., ଆନନ୍ଦପୁରରେ ୧୩.୦ ମି.ମି. ଓ ଆଖୁଆପଦାରେ ୮.୦ ମି.ମି. ବର୍ଷା ରେକର୍ଡ କରାଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande