ଗିରଫ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଘରୁ ମିଳିଲା ନଗଦ ୭ ଲକ୍ଷ ୨୯ ହଜାର ୨୦୦ ଟଙ୍କା, ୩୦୦ ଗ୍ରାମ୍ ସୁନା ଅଳଙ୍କାର
କେନ୍ଦୁଝର, ୩୧ ଅଗଷ୍ଟ (ହି.ସ.)- ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ(ଡିଏଲଓ) ଆକାଶ ବିଶୋୟୀ । ଶ୍ରମ ଲାଇସେନ୍ସ ମଞ୍ଜୁର କରିବା ପାଇଁ ଜଣେ ଇଲେକ୍ଟ୍ରିକାଲ ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ପରେ ସର୍ଚ୍ଚ ସମୟରେ
ଗିରଫ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଘରୁ ମିଳିଲା ନଗଦ ୭ ଲକ୍ଷ ୨୯ ହଜାର ୨୦୦ ଟଙ୍କା, ୩୦୦ ଗ୍ରାମ୍ ସୁନା ଅଳଙ୍କାର


କେନ୍ଦୁଝର, ୩୧ ଅଗଷ୍ଟ (ହି.ସ.)- ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ(ଡିଏଲଓ) ଆକାଶ ବିଶୋୟୀ । ଶ୍ରମ ଲାଇସେନ୍ସ ମଞ୍ଜୁର କରିବା ପାଇଁ ଜଣେ ଇଲେକ୍ଟ୍ରିକାଲ ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ପରେ ସର୍ଚ୍ଚ ସମୟରେ ଜିଲ୍ଲା ଶ୍ରମ ଅଧିକାରୀ ଆକାଶଙ୍କ ଘରୁ ମିଳିଛି ନଗଦ ୭ ଲକ୍ଷ ୨୯ ହଜାର ୨୦୦ ଟଙ୍କା ଏବଂ ୩୦୦ ଗ୍ରାମ୍ ସୁନା ଅଳଙ୍କାର ।

ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋୟୀଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ସେ ଜଣେ ଇଲେକ୍ଟ୍ରିକାଲ ଠିକାଦାରଙ୍କ ଠାରୁ ତାଙ୍କ ଏଜେନ୍ସୀ ପାଇଁ ଶ୍ରମ ଲାଇସେନ୍ସ ଦେବା ବାବଦରେ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଗିରଫ ହୋଇଥିଲେ । ଘଟଣା ପରେ କେନ୍ଦୁଝର ସ୍ଥିତ ତାଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଏଥି ସହିତ ବ୍ରହ୍ମପୁରରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା । ସର୍ଚ୍ଚ ସମୟରେ କେନ୍ଦୁଝର ସ୍ଥିତ ତାଙ୍କ ସରକାରୀ ବାସଭବନରୁ ୭ ଲକ୍ଷ ୨୯ ହଜାର ୨୦୦ ଟଙ୍କା ଏବଂ ୩୦୦ ଗ୍ରାମ୍ ସୁନା ଅଳଙ୍କାର ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନଂ ୧୮/୨୦୨୬ ରୁଜ୍ଜୁ ହୋଇଛି । ଭିଜିଲାନ୍ସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande