
ରାୟଗଡ଼ା, ୩୧ ଅଗଷ୍ଟ (ହି.ସ.)- ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ଦାନ ହୁଣ୍ଡି । ପ୍ରାୟ ୨ ମାସ ପରେ ମାଆଙ୍କ ୯ଟି ଦାନ ହୁଣ୍ଡି ଖୋଲାଯାଇଛି । ଦେବୋତର ପରିଚାଳନା କମିଟି, ପୋଲିସ ଉପସ୍ଥିତିରେ ଆଜି ସକାଳେ ଏହି ଦାନ ହୁଣ୍ଡି ଖୋଲାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଦାନ ଟଙ୍କା ଗଣତି । ୧୦୦ରୁ ଅଧିକ କର୍ମଚାରୀ ଏହି ଟଙ୍କା ଗଣତି ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ