ଆଇପିଏସ ଅଧିକାରୀ ଶେଫିନ୍ ଅହମ୍ମଦ କେ ଙ୍କ ବିୟୋଗରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ଆଇପିଏସ ଅଧିକାରୀ ଶେଫିନ୍ ଅହମ୍ମଦ କେ ଙ୍କ ବିୟୋଗରେ ଦୁଇ ଉପମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଆଇପିଏସ ଅଧିକାରୀ ସିଆଇଡି, ସିବିର ଆଇଜି ଅଫ୍ ପୋଲିସ୍ ଶ୍ରୀ ଶେଫିନ୍ ଅହମ୍ମଦ
ଆଇପିଏସ ଅଧିକାରୀ ଶେଫିନ୍     ଅହମ୍ମଦ କେ ଙ୍କ ବିୟୋଗରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ଆଇପିଏସ

ଅଧିକାରୀ ଶେଫିନ୍ ଅହମ୍ମଦ କେ ଙ୍କ ବିୟୋଗରେ ଦୁଇ ଉପମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଆଇପିଏସ ଅଧିକାରୀ ସିଆଇଡି, ସିବିର ଆଇଜି ଅଫ୍ ପୋଲିସ୍ ଶ୍ରୀ ଶେଫିନ୍ ଅହମ୍ମଦ

କେ.ଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ। ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର

ପ୍ରତିବଦ୍ଧତା ଏବଂ ନିଷ୍ଠାପୂର୍ଣ୍ଣ ସେବାକୁ ସମ୍ମାନର ସହ ସର୍ବଦା ସ୍ମରଣ କରାଯିବ। ଏହି କଠିନ

ସମୟରେ ତାଙ୍କ ଶୋକସନ୍ତପ୍ତ ପରିବାର ଓ ସହକର୍ମୀମାନଙ୍କ ପ୍ରତି ମୋର ଭାବନା ଓ ପ୍ରାର୍ଥନା

ରହିଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା କହିଛନ୍ତି ଯେ, ଆଇପିଏସ ଅଧିକାରୀ ସିଆଇଡି, ସିବିର ଆଇଜି ଅଫ୍ ପୋଲିସ୍ ଶ୍ରୀ

ଶେଫିନ୍ ଅହମ୍ମଦ କେ., ଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ।

ରାଜ୍ୟ ତଥା ଓଡ଼ିଶା ପୋଲିସ୍ ପ୍ରତି ତାଙ୍କର ଅତୁଟ ନିଷ୍ଠା ଏବଂ ଉଲ୍ଲେଖନୀୟ ସେବାକୁ ସର୍ବଦା

ସମ୍ମାନର ସହ ସ୍ମରଣ କରାଯିବ। ତାଙ୍କ ପରିବାର, ସହକର୍ମୀ ଓ

ପ୍ରିୟଜନଙ୍କ ପ୍ରତି ମୋର ହୃଦୟରୁ ସମବେଦନା। ମହାନ ଆତ୍ମାଙ୍କୁ ଈଶ୍ୱର ଚିରନ୍ତନ ଶାନ୍ତି ପ୍ରଦାନ

କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande