
ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ଆଇପିଏସ
ଅଧିକାରୀ ଶେଫିନ୍ ଅହମ୍ମଦ କେ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ
କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ଆଇପିଏସ ଅଧିକାରୀ ସିଆଇଡି, ସିବିର ଆଇଜି ଅଫ୍ ପୋଲିସ୍ ଶ୍ରୀ ଶେଫିନ୍ ଅହମ୍ମଦ କେ.ଙ୍କ
ଅକାଳ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ରାଜ୍ୟ ତଥା ଓଡ଼ିଶା ପୋଲିସ୍ ପ୍ରତି ତାଙ୍କର ନିଷ୍ଠାପୂର୍ଣ୍ଣ ସେବା ସର୍ବଦା ସ୍ମରଣୀୟ ହୋଇ
ରହିବ। ତାଙ୍କ ପରିବାର, ସହକର୍ମୀ
ଏବଂ ପ୍ରିୟଜନଙ୍କ ପ୍ରତି ମୋର ହୃଦୟରୁ ସମବେଦନା। ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ
କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା