ମାଟି କାନ୍ଥ ପଡ଼ି ମହିଳା ମୃତ
ଚମ୍ପୁଆ, ୩୧ ଅଗଷ୍ଟ (ହି.ସ.)- ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତର ରାଇଗୁଡି ଗାଁରେ ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଯାଇଛି। ରାତିରେ ଶୋଇଥିବା ଅବସ୍ଥାରେ ମାଟି କାନ୍ଥ ଭାଙ୍ଗି ପଡ଼ିବାରୁ ଚାପି ହୋଇ ଜଣେ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ମହିଳା
ମୃତ ପୂର୍ଣମୀ ମହାନ୍ତ


ଚମ୍ପୁଆ, ୩୧ ଅଗଷ୍ଟ (ହି.ସ.)- ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତର ରାଇଗୁଡି ଗାଁରେ ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଯାଇଛି। ରାତିରେ ଶୋଇଥିବା ଅବସ୍ଥାରେ ମାଟି କାନ୍ଥ ଭାଙ୍ଗି ପଡ଼ିବାରୁ ଚାପି ହୋଇ ଜଣେ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ଗ୍ରାମର ଘାସିରାମ ମହାନ୍ତଙ୍କ ସ୍ତ୍ରୀ ପୂର୍ଣ୍ଣମୀ ମହାନ୍ତ।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଥିବା ଯୋଗୁଁ ମାଟି ଘରଗୁଡ଼ିକର କାନ୍ଥ ଓଦା ହୋଇ କଂଚା ପଡ଼ିଯାଇଥିଲା। ରାତିରେ ପୂର୍ଣ୍ଣମୀ ନିଜ ଘରେ ଶୋଇଥିବା ବେଳେ ଅଚାନକ ମାଟି କାନ୍ଥଟି ତାଙ୍କ ଉପରେ ଭାଙ୍ଗି ପଡ଼ିଥିଲା। ଫଳରେ ସେ ମାଟି ତଳେ ଚାପି ହୋଇଯାଇଥିଲେ। ପାଖ ଘରେ ଶୋଇଥିବା ତାଙ୍କ ଶାଶୁ ଏହି ଶବ୍ଦ ଶୁଣି ତୁରନ୍ତ ସ୍ଥାନୀୟ ପଡ଼ୋଶୀମାନଙ୍କୁ ଡାକିଥିଲେ। ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତାର ସହ ମାଟି ତଳୁ ପୂର୍ଣ୍ଣମୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ରାଇଗୁଡି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ଗରିବ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande