ସେପ୍ଟେମ୍ବର ୨୦ରୁ ଓଡ଼ିଶା ଟି-20 ଲିଗ, ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ୬ଟି ଫ୍ରାଞ୍ଚାଇଜ୍
ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ଓଡ଼ିଶା କ୍ରିକେଟ୍ରେ ଆଉ ଏକ ରୋମାଞ୍ଚକର ଅଧ୍ୟାୟ ପାଇଁ ମଞ୍ଚ ପ୍ରସ୍ତୁତ। ଓଡ଼ିଶା ଟି-20 ଲିଗ୍ ସିଏମ ଟ୍ରଫିର ଦ୍ୱିତୀୟ ସଂସ୍କରଣରେ ୬ଟି ଫ୍ରାଞ୍ଚାଇଜି ଟାଇଟଲ୍ ପାଇଁ ଲଢ଼େଇ କରିବେ। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ସେପ୍ଟେମ୍ବ
ସେପ୍ଟେମ୍ବର ୨୦ରୁ     ଓଡ଼ିଶା ଟି-20 ଲିଗ, ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ୬ଟି ଫ୍ରାଞ୍ଚାଇଜ୍


ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ଓଡ଼ିଶା

କ୍ରିକେଟ୍ରେ ଆଉ ଏକ ରୋମାଞ୍ଚକର ଅଧ୍ୟାୟ ପାଇଁ ମଞ୍ଚ ପ୍ରସ୍ତୁତ। ଓଡ଼ିଶା ଟି-20 ଲିଗ୍ ସିଏମ

ଟ୍ରଫିର ଦ୍ୱିତୀୟ ସଂସ୍କରଣରେ ୬ଟି ଫ୍ରାଞ୍ଚାଇଜି ଟାଇଟଲ୍ ପାଇଁ ଲଢ଼େଇ କରିବେ। କଟକର

ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ସେପ୍ଟେମ୍ବର ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି

ଟୁର୍ଣ୍ଣାମେଣ୍ଟ ଖେଳାଯିବ।

ଓଡ଼ିଶାରେ କ୍ରିକେଟ୍ ଏବଂ

କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭିଜନ୍ ଓ

ସମର୍ଥନକୁ ପ୍ରତିଫଳିତ କରି ଏହି ଲିଗ୍କୁ ‘ସିଏମ ଟ୍ରଫି’ ନାମ ଦିଆଯାଇଛି। ରାଜ୍ୟର ଉଦୀୟମାନ କ୍ରିକେଟର୍ମାନଙ୍କୁ ବଡ଼ ମଞ୍ଚରେ

ନିଜ ପ୍ରତିଭା ଦେଖାଇବା ପାଇଁ ଏହି ଲିଗ୍ ଏକ ବଡ଼ ସୁଯୋଗ ଦେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande