
ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.) - ଢେଙ୍କାନାଳରେ
ଖୋଲିଲା ଚାଉଳ ଏଟିଏମ । ଏହି ଚାଉଳ ଏଟିଏମକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ
କରିଛନ୍ତି । ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଚାଉଳ ଏଟିଏମ । ଫିଙ୍ଗର ପ୍ରିଣ୍ଟ ଓ
କାର୍ଡ ନମ୍ବର ଦେଇ ଚାଉଳ ଉଠାଇ ପାରିବେ ହିତାଧିକାରୀ । ଭୁବନେଶ୍ବର ଝାରସୁଗୁଡ଼ା ପରେ
ଢେଙ୍କାନାଳରେ ଖୋଲିଛି ଚାଉଳ ଏଟିଏମ । ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଏଭଳି ଏଟିଏମଖୋଲିବା
ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା