ସ୍ୱାୟତ୍ତ ଶାସନ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଅନ୍ୟମାନେ
ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ସ୍ୱାୟତ୍ତ ଶାସନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କହିଛନ୍ତି ଯେ, ସ
ସ୍ୱାୟତ୍ତ ଶାସନ ଦିବସର     ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଅନ୍ୟମାନେ


ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ସ୍ୱାୟତ୍ତ ଶାସନ

ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ

ପ୍ରଭାତି ପରିଡା ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କହିଛନ୍ତି ଯେ, ସ୍ୱାୟତ୍ତ ଶାସନ ଦିବସ

ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ସୁଦୃଢ଼ ଓ ସଶକ୍ତ ସ୍ଥାନୀୟ ଶାସନ ବ୍ୟବସ୍ଥା ମାଧ୍ୟମରେ

ଜନସାଧାରଣଙ୍କ ନିକଟରେ ଉତ୍ତମ ସେବା ପହଞ୍ଚାଇବା ସହ ସହରାଞ୍ଚଳର ସାମଗ୍ରିକ ବିକାଶକୁ ଗତି ଦେବା

ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ । ନାଗରିକଙ୍କ ସହଭାଗିତା ଓ ସହଯୋଗରେ ଗଢ଼ି ଉଠୁଛି ସ୍ୱଚ୍ଛ, ସୁଶାସିତ ଓ ସମୃଦ୍ଧ ଓଡ଼ିଶା ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଯେ, ସ୍ଵାୟତ୍ତ ଶାସନ ଦିବସ ଅବସରରେ ସମସ୍ତ

ସହରାଞ୍ଚଳ ବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି l ସହରର ବିକାଶ,ଜୀବନ ଶୈଳୀରେ ଉନ୍ନତି ତଥା ସମୃଦ୍ଧ ଓ ଶ୍ରେଷ୍ଠ ସହର ନିର୍ମାଣରେ ଲୋକ

ଭାଗୀଦାରୀକୁ ଉତ୍ସାହିତ କରିବା ସହ ଶାସନ ବ୍ୟବସ୍ଥାକୁ ସୁଦୃଢୀକରଣ କରିବା ପାଇଁ ସଂକଳ୍ପ ନେବା l

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସ୍ଥାନୀୟ ସ୍ୱଶାସନ ବ୍ୟବସ୍ଥାକୁ ସଶକ୍ତ କରି

ସହରାଞ୍ଚଳର ବିକାଶକୁ ଆହୁରି ଗତିଶୀଳ କରିବା ପାଇଁ ସଂକଳ୍ପ ନେବାର ଦିନ ସ୍ୱାୟତ୍ତ ଶାସନ ଦିବସ ।

ଅଗଷ୍ଟ ୩୧, ସ୍ୱାୟତ୍ତ

ଶାସନ ଦିବସରେ ନିମାପଡ଼ା ସମେତ ସମଗ୍ର ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

ବିରୋଧୀ ଦଳ ନେତା ନବୀନ

ପଟ୍ଟନାୟକ କହିଛନ୍ତି ଯେ, ସ୍ୱାୟତ୍ତତାରେ ଅଛି ବିକାଶ, ସ୍ୱାୟତ୍ତତାରେ ହିଁ ଅଛି ସ୍ୱାଧୀନତା। ଏହାକୁ ଅନୁଭବ କରି ବିଜୁ ବାବୁ

ଓଡ଼ିଶାରେ ସ୍ୱାୟତ୍ତ ଶାସନର ମାର୍ଗ ପ୍ରଶସ୍ତ କରିଥିଲେ। ତୃଣମୂଳସ୍ତରରେ ଲୋକମାନଙ୍କୁ କ୍ଷମତା

ପ୍ରଦାନ ଏବଂ ପ୍ରଶାସନିକ ବିକେନ୍ଦ୍ରୀକରଣ କ୍ଷେତ୍ରରେ ସେ ନେଇଥିଲେ ଅନେକ ଐତିହାସିକ ପଦକ୍ଷେପ।

ତାଙ୍କ ମାର୍ଗଦର୍ଶନରେ ଲୋକଙ୍କ ସହଭାଗିତାରେ ବିକାଶର ରାସ୍ତାରେ ଆଗକୁ ବଢ଼ିବାକୁ ଆମେ ଦୃଢ଼

ସଂକଳ୍ପବଦ୍ଧ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande