ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା
ପୂର୍ବତନ ରାଷ୍ଟ୍ରପତି ପ୍ରଣବ     ମୁଖାର୍ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ ଓ     ଉପମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ପୂର୍ବତନ ରାଷ୍ଟ୍ରପତି

ପ୍ରଣବ ମୁଖାର୍ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ

ଓ ଅନ୍ୟମାନେ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତର

ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ରାଜନେତା ପ୍ରଣବ ମୁଖାର୍ଜୀଙ୍କ ପୁଣ୍ୟତିଥିରେ ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି । ଜନସେବା ଓ ଗଣତାନ୍ତ୍ରିକ

ମୂଲ୍ୟବୋଧ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ

ଶ୍ରାଦ୍ଧବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି l

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା କହିଛନ୍ତି ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀଙ୍କ

ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ କହିଛନ୍ତି ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି 'ଭାରତ ରତ୍ନ' ସ୍ଵର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୂଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ନିଜର

ଦକ୍ଷ ନେତୃତ୍ଵ ଦ୍ଵାରା ଦେଶକୁ ଆଗେଇ ନେବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ

ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେଶର ପୂର୍ବତନ ରାଷ୍ଟ୍ରପତି, ‘ଭାରତ

ରତ୍ନ’ ପ୍ରଣବ ମୁଖାର୍ଜୀ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତାଙ୍କର

ସାର୍ବଜନୀନ ଜୀବନ ଜ୍ଞାନ, ଅଭିଜ୍ଞତା, ସରଳତା ଓ ରାଷ୍ଟ୍ରସେବାର ଏକ ଅଦ୍ଭୁତ ସମନ୍ୱୟ ଥିଲା। ଭାରତୀୟ

ଗଣତନ୍ତ୍ର ଏବଂ ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନକୁ ଦେଶ ସର୍ବଦା ସ୍ମରଣ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande