ବିଜେଡି ପଂଚାୟତ ସଭାପତି ବିପନ୍ନଙ୍କୁ ବାଂଟିଲେ ଶୁଖିଲାଖାଦ୍ୟ
ଭଦ୍ରକ, ୯ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ବିଜେଡି ପଂଚାୟତ ସଭାପତି ଗଣେଷ ପ୍ରସାଦ ନାୟକ ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି।ସେ ପଂଚାୟତ ଅଧିନ ନିଙ୍ଗାଡ଼ି ଗ୍ରାମରେ ପହଂଚି ୬୦ ପରିବାରଙ୍କୁ ବିସ୍କୁଟ ଓ ପାଉଁରୁଟି ବଂଟନ କରିଥିଲେ।ଏଥିସହିତ ନାୟକ ଗ୍ରାମବାସୀ
BJD SUKHILA KHADYA BANTIA


ଭଦ୍ରକ, ୯ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ବିଜେଡି ପଂଚାୟତ ସଭାପତି ଗଣେଷ ପ୍ରସାଦ ନାୟକ ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି।ସେ ପଂଚାୟତ ଅଧିନ ନିଙ୍ଗାଡ଼ି ଗ୍ରାମରେ ପହଂଚି ୬୦ ପରିବାରଙ୍କୁ ବିସ୍କୁଟ ଓ ପାଉଁରୁଟି ବଂଟନ କରିଥିଲେ।ଏଥିସହିତ ନାୟକ ଗ୍ରାମବାସୀଙ୍କ ଚାଷର କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ଚାଷର କ୍ଷତିପୂରଣ ପାଇଁ ସରକାରଙ୍କ ନିକଟରେ ଦବିକରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।ଏହି ବଂଟନ କାର୍ଯ୍ୟକ୍ରମରେ ରବି ନାରାୟଣ ସାହୁ,କାଳନ୍ଦୀ ଖଟୁଆ,ଶଶଧର ରାଉତ,ଜୟନ୍ତ ସାହୁ,ଶରତ ସାହୁ,ଧନେଶ୍ୱର ରାଉତ,ଗୌରହରି ମହଲା ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande