




ସମ୍ବଲପୁର, ୦୯, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ରବିବାର ଦିନ ରେଢାଖୋଲ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ୧୦ଟା ବେଳେ ଏକ ବିରାଟ ରାଲି ନଗର ପରିକ୍ରମା କରିଥିଲା । ଏହି ରାଲିରେ ସମ୍ବଲପୁର ଜିଲ୍ଲାର ୯ ଟି ବ୍ଲକରୁ ଶତାଧିକ ଆଦିବାସୀ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ। ଅଂଶଗ୍ରହଣ କାରୀମାନେ ଚିରାଚରିତ ପ୍ରଥାରେ ହାତରେ ବୀର ଆଦିବାସୀ ନେତାମାନଙ୍କ ଫଟୋ, ବିଭିନ୍ନ ଦାବି ସମ୍ବଳିତ ବ୍ୟାନର ଓ ପ୍ଲାକାର୍ଡ ଧରି ନାରା ଦେଇଥିଲେ। ରାଲି ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଆଦିବାସୀ ସମାଜର ଅଧିକାର, ସଂସ୍କୃତି, ପରମ୍ପରା ଓ ସାମାଜିକ ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଦିବାସୀ ସମାଜର ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ