


ସମ୍ବଲପୁର, ୦୯, ଅଗଷ୍ଟ (ହି.ସ.) ଲଗାଣ ବର୍ଷାରେ ସମ୍ବଲପୁର ସଦର ମହକୁମାର ଅବସ୍ଥା ବେହାଲ ହୋଇ ପଡିଥିବା ବେଳେ ଏବେ ଲଗାଣ ବର୍ଷାର ତାଣ୍ଡବ ଲୀଳାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ଅବସ୍ଥା ଶୋଚନୀୟ ହୋଇପଡିଛି । ପ୍ରବଳ ବର୍ଷା ଯୋଗୁଁ ଏବେ ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ଚନ୍ଦନିମାଲ ବ୍ରିଜ୍ ଉପରେ ଅଲେଖେ ବର୍ଷାପାଣି ଢେଉ ଭାଙ୍ଗୁଥିବା ଦେଖାଯାଇଛି। ଏହି ବ୍ରିଜ୍ ଉପରେ ପାଣି ପ୍ରବାହିତ ହେବା ଯୋଗୁଁ ଧୁଡିପାଲି, ଚନ୍ଦନିମାଲ, କୁଚିଣ୍ଡା ମୁଖ୍ୟ ରାସ୍ତାରେ ଯାତାୟାତ ଏକ ରକମର ଠପ୍ ହୋଇଯାଇଛି। ଫଳରେ ଜରୁରୀ କାମଥିଲେ ମଧ୍ୟ ପଂଚାୟତ ଓ କୁଚିଣ୍ଡା ବ୍ଲକ୍ ଯିବାରେ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ