
ମାଲକାନଗିରି , ୦୯ ଅଗଷ୍ଟ(ହି.ସ.) – ମାଲକାନଗିରି ଜିଲ୍ଲା ସହିଦ ନର୍ସିଂ ଡମ ସମାଜର ଏକ ପ୍ରତିନିଧିମଣ୍ଡଳୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛି।
ଡମ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା ସହ ସମାଜର ବିଭିନ୍ନ ସମସ୍ୟାର ସମାଧାନ ନେଇ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ସମାଜର ସାମାଜିକ, ଶିକ୍ଷା ଓ ଆର୍ôଥକ ସମସ୍ୟା ସମ୍ପର୍କରେ ମଧ୍ୟ ପ୍ରତିନିଧିମଣ୍ଡଳୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ସହିଦ ନର୍ସିଂ ଡମ ସମାଜର ସଭାପତି ବଳରାମ ଅନୁଗୁଳିଆଙ୍କ ଅଧ୍ୟକ୍ଷତାରେ ସମାଜର ସଦସ୍ୟମାନେ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି ସମୟରେ ସମ୍ପାଦକ ତୁଳସୀରାମ ଦଳାଇ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ, ବିଜେଡି ନେତା ସତ୍ୟ ପାଣିଗ୍ରାହୀ, ଚିତ କୂଳଦୀପ, ମଦନ ଖୋସଲା, ମଙ୍ଗଳା ପାଙ୍ଗି, ଧନୁର୍ଯ୍ୟୟ ହନ୍ତାଳ, ହାଡୁ ହନ୍ତାଳଙ୍କ ସମେତ ସମାଜର ବହୁ ସଦସ୍ୟ ଉପସ୍ଥିତ ଥିଲେ। ସମାଜର ଦାବିଗୁଡ଼ିକ ଉପରେ ଆବଶ୍ୟକ ପଦକ୍ଷେପ ନେବା ନେଇ ପ୍ରତିନିଧିମଣ୍ଡଳୀ ଆଶାବାଦୀ ଥିବା ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ