ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଖାଦ୍ୟ ଏବଂ ଛତା ବଂଟନ
ବଲାଙ୍ଗୀର, ୦୯ ଅଗଷ୍ଟ(ହି.ସ.) – ପ୍ରବଚିକା, ସୁଲେଖିକା ତଥା ଅଧ୍ୟାପିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ବର୍ଷାଦିନକୁ ଦୃଷ୍ଟିରେ ରଖି ପ୍ରତି ରବିବାର ଦୀନ ଦୁଃଖୀ ତଥା ଅସହାୟମାନଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଏବଂ ଛତା ବଂଟନ କରାଯାଇଛି। ଏହି ଅବସରରେ ପ୍ରତିଷ
ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଖାଦ୍ୟ ଏବଂ ଛତା ବଣ୍ଟନ


ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଖାଦ୍ୟ ଏବଂ ଛତା ବଣ୍ଟନ


ବଲାଙ୍ଗୀର, ୦୯ ଅଗଷ୍ଟ(ହି.ସ.) – ପ୍ରବଚିକା, ସୁଲେଖିକା ତଥା ଅଧ୍ୟାପିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ବର୍ଷାଦିନକୁ ଦୃଷ୍ଟିରେ ରଖି ପ୍ରତି ରବିବାର ଦୀନ ଦୁଃଖୀ ତଥା ଅସହାୟମାନଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଏବଂ ଛତା ବଂଟନ କରାଯାଇଛି। ଏହି ଅବସରରେ ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର, ଉପ-ସଭାପତି ସିତାଂଶୁ ଶେଖର ନାୟକ, ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶୀଷ ମିଶ୍ର, ସରିତା ସାହୁ, କବିତା ସାହୁ, ଦୁର୍ଯ୍ୟୋଧନ ନାୟକ, ବାସ୍ନାରାଣୀ ନାୟକ, ସାଧୁରାମ ସାହୁ, ମନୀଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande