ଆମ ଗାଁ ସାହିତ୍ୟ ପରିଷଦର ସାଧାରଣ ବୈଠକ ଓ ବର୍ଷା କବିତା ଆସର
କେନ୍ଦ୍ରାପଡ଼ା, ୦୯ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦର ସାଧାରଣ ବୈଠକ ଓ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଟିଟିକା
ଆମ ଗାଁ ସାହିତ୍ୟ ପରିଷଦର ସାଧାରଣ ବୈଠକ ଓ ବର୍ଷା କବିତା ଆସର


କେନ୍ଦ୍ରାପଡ଼ା, ୦୯ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦର ସାଧାରଣ ବୈଠକ ଓ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଟିଟିକାନ୍ତ ନାୟକ ସ୍ୱାଗତ ଭାଷଣ ଓ ସମ୍ପାଦକ ସ୍ୱପ୍ନ। ପର୍ଶୁକୁମାର ଦାସ ପରିଷଦର ଆଗାମୀ କାର୍ଯ୍ୟକ୍ରମ, ବାର୍ଷିକୋତ୍ସବ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଡ. ସର୍ବେଶ୍ୱର ସେଣ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ବେହେରା, ଭରତ ଚରଣ ସାହୁ ଯୋଗଦେଇ କ୍ରାନ୍ତିକାରୀ ଦିବସ ଓ ଭାରତ ଛାଡ଼ ଆନ୍ଦୋଳନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଡ. ନାରାୟଣ ପତି, ମେଜର ଭରତ ଚନ୍ଦ୍ର ଜେନା, ବଂଶୀଧର ମହାନ୍ତି, ଉପସଭାପତି ସନ୍ତୋଷ କୁମାର ପୋଥାଳ, ସହ ସମ୍ପାଦିକା କବିତା ମୁଦୁଲି ପ୍ରମୁଖ ଅନୁଷ୍ଠାନର ସୋସାଇଟି ପଞ୍ଜୀକରଣର ନବୀକରଣ, ବାର୍ଷିକୋତ୍ସବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପରେ କବୟତ୍ରୀ କବିତା ମୁଦୁଲିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଅଜୟ କୁମାର ପାତ୍ର, ରଞ୍ଜନ ବାଇ, ଶରତ କୁମାର ରାଉତ ଯୋଗଗୁରୁ ସଞ୍ଜୟ କୁମାର ମଥାନ, ରାଜେଶ କୁମାର ଜେନା, ଗୋଲାପ ରାଉତ, ରଜନୀକାନ୍ତ ଦାସ, ଗୀତାଞ୍ଜଳି ସାହୁ ପ୍ରମୁଖ ୨୦ ଜଣ କବି କବୟତ୍ରୀ କବିତା ପାଠ କରିଥିଲେ। କୋଷାଧକ୍ଷ ଅଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande